Latest Odisha News

ସମ୍ଭଲ ହିଂସା; ‘ମୁସଲମାନ ହୋଇଥିବାରୁ ସେମାନଙ୍କୁ ମାରିଦିଆଯାଉଛି’

ଲକ୍ଷ୍ନୌ: ଗତ ରବିବାର ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଶାଦୀ ମସଜିଦ ସର୍ଭେ ବେଳେ ଘଟିଥିବା ହିଂସାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସା ଯୋଗୁଁ ଅନେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ମାମଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶାନ୍ତ ହୋଇନାହିଁ । ଅନେକ ପ୍ରକାରର ରାଜନୈତିକ ବୟାନ ବାଜି ମଧ୍ୟ ଏହା ଉପରେ ଆସୁଛି ।

ଏହାରି ଭିତରେ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କର ମଧ୍ୟ ଏକ ବିବାଦୀୟ ମନ୍ତ୍ରବ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ‘ଆମେ ଏପରି ସ୍ଥିତିରେ ଅଛୁ ଯେଉଁଠାରେ ଆଇନ ନାଗରିକମାନଙ୍କର ହତ୍ୟା ଏଇଥିପାଇଁ କରୁଛି ଯେ, କାରଣ ସେମାନେ ମୁସଲମାନ ଅଟନ୍ତି । ସ୍ୱରା ଭାସ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ନ୍ୟାୟପାଳିକା ଏହି ସମୟରେ ଭଗବାନଙ୍କ ଠାରୁ ଜ୍ଞାନ ନେଉଥିନ୍ତି ଯେ, ତାଙ୍କୁ ନିଜ କାମ କିପରି କରିବାର ଅଛି ଆଉ ଏହା ସମ୍ପୂର୍ଣ୍ଣ ଫାଲତୁ ଅଟେ’ ।

ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ ମୋଟ ୭ଟି ମାମଲା ରୁଜୁ ହୋଇଛି । ୨୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ଦୁଇଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି । ସମ୍ଭଲ ପୋଲିସ ଅଧୀକ୍ଷକ କୃଷ୍ଣ କୁମାର ବିଷ୍ଣୋଇ କହିଛନ୍ତି ଯେ ହିଂସାରେ ଆହତ ହୋଇଥିବା ଇନ୍ସପେକ୍ଟର ଦୀପକ ରାଠୀ ୮୦୦ ଜଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଯେଉଁଥିରେ ବର୍କ ଏବଂ ଇକବାଲ ମହମୁଦଙ୍କ ପୁଅ ସୁହେଲ ଇକବାଲଙ୍କ ନାମ ରହିଛି । ହିଂସା ଅଞ୍ଚଳରେ ଏବେ ବି ବହୁ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.