Latest Odisha News

BREAKING NEWS

ବଲିଉଡର ଏହି ତାରକାଙ୍କର ନିଜ ଶାଶୁଙ୍କ ସହ କିଭଳି ରହିଛି ସମ୍ପର୍କ; ଆସନ୍ତୁ ଜାଣିବା

ମୁମ୍ବାଇ: ଶାଶୁ ବୋହୁ ସମ୍ପର୍କରେ ସାମାନ୍ୟ ତିକ୍ତତା ରହିବା ଅତି ସାଧାରଣ କଥା । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଶାଶୁ ବୋହୁ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ତିକ୍ତତା ବଦଳରେ ଭଲପାଇବା ଦେଖିବାକୁ ପାଇଛୁ । ଆମେ କହୁଛୁ ବଲିଉଡର ଷ୍ଟାର ଶାଶୁ ବୋହୁଙ୍କ ସମ୍ପର୍କରେ। ଏହି ସୁପରଷ୍ଟାର ଅଭିନେତ୍ରୀ ମାନଙ୍କର ସେମାନଙ୍କ ଶାଶୁଙ୍କ ସହ ରହିଛି ବହୁତ ସୁନ୍ଦର ସମ୍ପର୍କ। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ କିଛି…

କରୀନା କପୁର: ଶାଶୁ ବୋହୁ ମାମଲାରେ ନବାବଙ୍କ ପତ୍ନୀ କରୀନା ବହୁତ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଛନ୍ତି । ତାଙ୍କ ଶାଶୁ ଶର୍ମିଲା ଟାଗୋର ତାଙ୍କୁ ତାଙ୍କଠାରୁ ଅଲଗା ଭାବନ୍ତି ନାହିଁ । ତାଙ୍କୁ ନିଜ ଝିଅ ଭଳି ବ୍ୟବହାର କରନ୍ତି । କରୀନା ଥରେ ଏହି ସମ୍ପର୍କ କହିଥିଲେ ଯେ, “ଯେତେବେଳେ ମୁଁ ମୋ ପରିବାର ସହିତ ଥାଏ, ମୋତେ ଝିଅ ପରି ବ୍ୟବହାର କରାଯାଏ । ଶର୍ମିଲା ଜୀ ଏବଂ ମୁଁ ଟିପିକାଲ ଶାଶୁ-ବୋହୁ ପରି ନୁହଁ । ଆମେ କିଛି ଦିନ ପୂର୍ବରୁ ମାଳଦ୍ୱୀପକୁ ଯାଇଥିଲୁ। ଯେଉଁଠାରେ ମୁଁ ମୋ ଶାଶୁଙ୍କ ସାମ୍ନାରେ ବିକିନି ପିନ୍ଧିଥିଲି । ଆମେ ପରସ୍ପର ସହିତ ବହୁତ କମ୍ପଟେବୁଲ।

ଐଶ୍ୱର୍ଯ୍ୟା ରାୟ: ଶ୍ୱଶୁର ଅମିତାଭଙ୍କ ସହ ଐଶ୍ୱର୍ଯ୍ୟାଙ୍କର ବେଶ୍ ଭଲ ସମ୍ପର୍କ । ସେ ତାଙ୍କ ଶାଶୁ ଜୟାଙ୍କ ସହ ମଧ୍ୟ ସେ ଅତି ନିକଟତର । ଯେତେବେଳେ ସେ ଷ୍ଟାରଡଷ୍ଟ ଆୱାର୍ଡସ ୨୦୧୬ ରେ ତାଙ୍କ ଶାଶୁ ଜୟା ବଚ୍ଚନଙ୍କ କାନ୍ଧରେ ଆଉଜି ହୋଇ ଆରାମରେ ବସିଥିଲେ ସେତେବେଳେ ସମସ୍ତେ ସେମାନଙ୍କ ସମ୍ପର୍କକୁ ଭଲ ଭାବେ ଦେଖି ପାରିଥିଲେ। ଏଶ ତାଙ୍କ ଶାଶୁଙ୍କୁ ମା ପରି ଭାବନ୍ତି ଜୟା ମଧ୍ୟ ସର୍ବସାଧାରଣ ତାଙ୍କ ବୋହୂକୁ ଅନେକ ଥର ପ୍ରଶଂସା କରିଛନ୍ତି । ଜୟା କହିଛନ୍ତି ଯେ ଏତେ ବଡ ତାରକା ହୋଇଥିଲେ ମଧ୍ୟ ଐଶ୍ୱର୍ଯ୍ୟା ବଚ୍ଚନ ପରିବାରରେ ସଂସ୍କାରି ବୋହୁ ଭାବରେ ରହି ଆସୁଛନ୍ତି ।

କାଜଲ-ବିଣା ଦେବଗନ:

ଶାଶୁ ବିଣା ଦେବଗନଙ୍କର ଯଥେଷ୍ଟ ସମ୍ମାନ କରନ୍ତି । ତାଙ୍କ ଶାଶୁ କାଜୋଲ ଏବଂ ତାଙ୍କ ପରିବାରର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି। କୁହାଯାଏ ଯେ ଯେତେବେଳେ କାଜୋଲ ଦିଲୱାଲେର ସୁଟିଂ ପାଇଁ ବୁଲଗେରିଆ ଯାଇଥିଲେ, ସେତେବେଳେ ତାଙ୍କ ଶାଶୁ କାଜୋଲଙ୍କ ପିଲାମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଇଥିଲେ।

Leave A Reply

Your email address will not be published.