Latest Odisha News

BREAKING NEWS

ଆଦାନୀ ଗୃପ ଭାଗ ନେଇପାରେ ଏଆର ଇଣ୍ଡିଆ ନିଲାମରେ, ଅନ୍ୟ ଏହି ସବୁ କମ୍ପାନୀ ମଧ୍ୟ ଆଗ୍ରହ ଦେଖାଇଛନ୍ତି

ନୂଆଦିଲ୍ଲୀ: ସରକାର ଏଆର ଇଣ୍ଡିଆ ରେ ନିଜର ୧୦୦ ପ୍ରତିଶତ ଅଂଶଧନ ବିକ୍ରୀ ପାଇଁ କମ୍ପାନୀ ମାନଙ୍କୁ ଆରମ୍ଭିକ ସୂଚନା ଜାରୀ କରିଛନ୍ତି | ମୁଖ୍ୟ ବିମାନ କମ୍ପାନୀ  ସହ ସରକାର ଶସ୍ତା ବିମାନ ସେବା ଦେଉଥିବା ଏହାର ଆନୁସଙ୍ଗିକ ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ପାଇଁ ସେବା କମ୍ପାନୀ  ରେ ୫୦ ପ୍ରତିଶତ ଅଂଶଧନ ବିକ୍ରୀ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି |

ଆଦାନୀ ଗୃପ କରୁଛି ସମୀକ୍ଷା:

ଏହି ଘଟଣାକ୍ରମରେ ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଆଦାନୀ ଗୃପର ବିଲୟ ଓ ଅଧିଗ୍ରହଣ ବିଭାଗ ଏଆର ଇଣ୍ଡିଆର ନିଲାମୀ ଦସ୍ତାବିଜ କୁ ସମୀକ୍ଷା କରୁଛି | କମ୍ପାନୀ ପକ୍ଷରୁ ଏଥିରେ  ପ୍ରାରମ୍ଭିକ ପର୍ଯ୍ୟାୟ ରେ ରୁଚି ଲଗାଇଛି | ସେ ଜୋର ଦେଇ କହିଛନ୍ତି ଯେ ନିଲାମୀରେ ଭାଗ ନେବା ନିର୍ଣ୍ଣୟ ଯାଞ୍ଚ ପରେ ନିଆଯିବ |

 ଏହି କମ୍ପାନୀ ସହ ହେବ ପ୍ରତିଦ୍ବନ୍ଦିତା:

ଯଦି ଆଦାନୀ ଗୃପ ଏଆର ଇଣ୍ଡିଆ ର ନିଲାମ ରେ ଭାଗ ନିଏ ତାହାଲେ ପ୍ରତିଦ୍ବନ୍ଦିତା ଟାଟା ଗୃପ, ହିନ୍ଦୁଜା, ଇଣ୍ଡିଗୋ ଇ ନ୍ୟୁୟର୍କ ର ଇଣ୍ଟରସ୍ପ ସହ ହେବ | ଏହି ସବୁ କମ୍ପାନୀ ମାନଙ୍କ ଆଗାମୀ ମାସ ୧୭ ମାର୍ଚ୍ଚ ର ଅନ୍ତିମ ତିଥି ପର୍ଯ୍ୟନ୍ତ ଏଜି ସମ୍ବନ୍ଧୀୟ ନିଜର ରୁଚି ପତ୍ର ଜମା କରିବେ |

ଆର୍ଥିକଭାବେ କ୍ଷତିର ସମୁଖୀନ ହେଉଛି ଏଆର ଇଣ୍ଡିଆ:

ଆର୍ଥିକଭାବେ କ୍ଷତିର ସମୁଖୀନ ହେଉଛି ଏଆର ଇଣ୍ଡିଆ | ନଗର ଓ ବିମାନ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଯେ ଏଆର ଇଣ୍ଡିଆ ଆର୍ଥିକଭାବେ କ୍ଷତିର ସମୁଖୀନ ହେଉଛି ଓ ଏହି ତଥ୍ୟ କାହା ପାଖରେ ଅଛପା ନାହିଁ | ନଗର ଓ ବିମାନ ମନ୍ତ୍ରୀ କହିଲେ ଯେ,” ଆମେ କେବେବି ଚିନ୍ତା କରିନାହୁଁ ଯେ ଏଆର ଇଣ୍ଡିଆ ନିଲାମରେ କୌଣସି ଅସୁବିବ ବୋଲି | ଏହି ଅଧିଗ୍ରହଣ ପାଇଁ ଯେଉଁ ରୁଚି ଦେଖା ଯାଉଛି ସେଥିରେ ଆମେ ଅଶ୍ୱସ୍ତ ଅଛୁ | କମ୍ପାନୀ ନିଲାମୀ ରେ ଯିଏ ବି ଜିତିବ ତା ପାଇଁ କର୍ମଚାରୀ ର ଆବଶ୍ୟକତା ପ୍ରଥମେ ହେବ | ବହୁଦିନ ଠାରୁ ଏଥିରେ ନୂଆ ନିଯୁକ୍ତି ହୋଇନାହିଁ | “
Leave A Reply

Your email address will not be published.