Latest Odisha News

ସଫଳତାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଆଦାନୀ ଗ୍ରୁପ୍‌

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍‌ର ସଫଳତାରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହୋଇଛି । ଟାଇମ୍ ମାଗାଜିନ ୨୦୨୪ରେ ବିଶ୍ଵର ସର୍ବଶ୍ରେଷ୍ଠ କମ୍ପାନୀ ମଧ୍ୟରେ ଆଦାନୀ ଗ୍ରୁପ୍କୁ ସାମିଲ କରାଯାଇଛି । ବିଶ୍ୱସ୍ତରୀୟ ଶିଳ୍ପ ମାନ୍ୟତା ଏବଂ ପରିସଂଖ୍ୟାନ ପୋର୍ଟାଲ୍ ଷ୍ଟାଟିଷ୍ଟା ଏବଂ ଟାଇମ୍ ଦ୍ୱାରା ମିଳିତ ଭାବେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଆଦାନୀ ଗ୍ରୁପର ଏହି ତାଲିକାରେ ସ୍ଥାନ ପାଇବା ଏହା ଦର୍ଶାଏ ଯେ, କମ୍ପାନୀ ତା’ର କର୍ମଚାରୀଙ୍କ ସନ୍ତୁଷ୍ଟତା, ରାଜସ୍ୱ ଅଭିବୃଦ୍ଧି ଏବଂ ସ୍ଥିରତା ପାଇଁ କେତେ ପ୍ରତିବଦ୍ଧ ।

ଏହି ପରିପ୍ରେକ୍ଷୀରେ, ଆଦାନୀ ଗ୍ରୁପ୍ ଦ୍ଵରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ସମ୍ମାନ ଆଦାନୀ ଗ୍ରୁପର କଠିନ ପରିଶ୍ରମ ଏବଂ ବିଭିନ୍ନ ବ୍ୟବସାୟରେ ଉନ୍ନତ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତାର ସାକ୍ଷୀ ଅଟେ। ଦୁନିଆର ସର୍ବଶ୍ରେଷ୍ଠ କମ୍ପାନୀଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ ଟାଇମ୍ ଏବଂ ଷ୍ଟାଟିଷ୍ଟା ତିନୋଟି ମୁଖ୍ୟ ମାନକକୁ ଧ୍ୟାନରେ ରଖିଥିଲେ । ଏହି ତାଲିକାରେ ଆଦାନୀ ଗ୍ରୁପର ସର୍ବମୋଟ ଆଠଟି କମ୍ପାନୀର ନାମ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡିକ ହେଉଛି:

  1. ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍
  2. ଆଦାନୀ ପୋର୍ଟ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍ ଜୋନ୍ଲିମିଟେଡ୍
  3. ଆଦାନୀଗ୍ରୀନ୍ ଏନର୍ଜି ଲିମିଟେଡ୍
  4. ଆଦାନୀ ଏନର୍ଜି ସଲ୍ୟୁସନ ଲିମିଟେଡ୍
  5. ଆଦାନୀ ଟୋଟାଲ ଗ୍ୟାସ ଲିମିଟେଡ୍
  6. ଅମ୍ବୁଜା ସିମେଣ୍ଟ ଲିମିଟେଡ୍
  7. ଆଦାନୀ ପାୱାର ଲିମିଟେଡ୍
  8. ଆଦାନୀ ୱିଲମାର ଲିମିଟେଡ୍

Comments are closed.