Latest Odisha News

BREAKING NEWS

ଆଡପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ: ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ । ରଥ ଉପରେ ନୀତିକାନ୍ତି ଶେଷ ହେବା ପରେ ସେବାୟତମାନେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ନେଇ ଯାଇଛନ୍ତି ।

ପରମ୍ପରା ଅନୁଯାୟୀ, ଅପରାହ୍ନ ୫ଟା ୩୫ରେ ପୁଷ୍ପାଂଜଳି ପରେ ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ଗୋଟି ପହଣ୍ଡିରେ ମନ୍ଦିର ଭିତରକୁ ନିଆଯାଇଥିଲା । ଏହା ପରେ ପ୍ରାୟ ୫ ଟା ୫୫ରେ ସୁଦର୍ଶନ ଯାଇଥିଲେ ।

ଏହାପରେ ସେବାୟତମାନେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ କାଳିଆଠାକୁରଙ୍କୁ ପହଣ୍ଡି କରିନିଆଯାଇଥିଲା । ସାଧାରଣତଃ ଗୁଣ୍ଡିଚା ଘରେ ତିନି ରଥ ପହଞ୍ଚିବା ପରେ ସେମାନଙ୍କୁ ଦର୍ଶନ ପାଇଁ ବେଶ୍ ଭିଡ ଲାଗେ । ଜନ୍ମବେଦୀରେ ବି ଶ୍ରୀଜୀଉଙ୍କ ଆଳତୀ ଓ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥାଏ । ଭକ୍ତ । କିନ୍ତୁ ଏଥର କରୋନା କଟକଣାରେ ତିନି ଠାକୁର । ତେଣୁ ଗୁଣ୍ଡିଚା ମନ୍ଦିରକୁ ଭକ୍ତ ଯାଇପାରିବେ ନାହିଁ । ବିନା ଭକ୍ତରେ ଜନ୍ମବେଦୀରେ ନଅ ଦିନ ରହିବେ ମହାପ୍ରଭୁ ।

Leave A Reply

Your email address will not be published.