Latest Odisha News

BREAKING NEWS

କଙ୍ଗନାଙ୍କ ପ୍ରଶଂସା କଲେ ପୂର୍ବତନ ବୟଫ୍ରେଣ୍ଡ ଅଧ୍ୟୟନ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କୁ ଦୀର୍ଘ ଦିନ ପରେ ପ୍ରଶଂସା କରିଛନ୍ତି ତାଙ୍କର ପୂର୍ବତନ ବୟଫ୍ରେଣ୍ଡ ଅଧ୍ୟୟନ ସୁମନ । ବଂଶବାଦ ନେଇ କଙ୍ଗନା ଲଢ଼ୁଥିବା ଲଢ଼େଇକୁ ସେ ପ୍ରଶଂସା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି କଙ୍ଗନାଙ୍କୁ ମୁଁ ସର୍ବଦା ସମ୍ମାନ ଦେଇଥାଏ । ସେ ନିଜ ଦକ୍ଷତା ବଳରେ ଏତେବାଟ ପଂହଚିପାରିଛନ୍ତି ।

ତେବେ ଶେଖର ସୁମନଙ୍କ ପୁତ୍ର ୨୦୧୮ରେ କଙ୍ଗନାଙ୍କ ନାମରେ ବିଭିନ୍ନ ଅଭିଯୋଗ ଆଣିଥିଲେ । ରାଜ:ଦିମିଷ୍ଟ୍ରି କନଟିନ୍ୟୁରେ ଉଭୟ ଏକତ୍ର କାମ କରିଥିଲେ । ଏହା ପରେ ଉଭୟ ମଧ୍ୟରେ ସମ୍ପର୍କ ନିବୀଡ ହୋଇଥିଲା । ତେବେ ଏହା ବେଶି ଦିନ ତିଷ୍ଠି ନ ଥିଲା । ମିଠୁ କ୍ୟାମ୍ପେନରେ ଅଧ୍ୟୟନ କହିଥିଲେ କଙ୍ଗାନା ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦିଅନ୍ତି, ମଦ ପିଅନ୍ତି ।ଏପରିକି ତାଙ୍କ ଉପରକୁ ସ୍ୟାଣ୍ଡେଲ ଫୋପାଡିଥିଲେ ବୋଲି ସେ କହିଥିଲେ । ଏହି ଅଭିଯୋଗ ପରେ କଙ୍ଗନାଙ୍କ ଫେମ୍ ଖରାପ ହୋଇଥିଲା ।

Leave A Reply

Your email address will not be published.