Latest Odisha News

BREAKING NEWS

ଟିମ ଇଣ୍ଡିଆର କିଟ ସ୍ପନଶର ହେବ ଆଡିଡାସ

ନୂଆଦିଲ୍ଲୀ: ଜର୍ମାନୀର ସ୍ପୋର୍ଟ୍ସ ବ୍ରାଣ୍ଡ ଆଡିଡାସ ଟିମ ଇଣ୍ଡିଆର ନୂତନ କିଟ ସ୍ପନଶର ହେବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଚିିବ ଜୟ ଶାହ ସୋମବାର ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କିଲର ଜିନ୍ସର ସ୍ପନଶରଶିପ ଚୁକ୍ତି ମେ ୩୧ରେ ଶେଷ ହୋଇଯିବ । ଏହା ପରେ ଆଡିଡାସ ଟିମ ଇଣ୍ଡିଆର କିଟ ସ୍ପନଶର ହେବ । କ୍ରିକେଟକୁ ଆଗକୁ ବଢ଼ାଇବା ପାଇଁ ଆଡିଡାସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ବିଶ୍ୱର ସବୁଠାରୁ ବଡ ସ୍ପୋର୍ଟ୍ସ ୱେୟାର କମ୍ପାନୀ ସହ ଚୁକ୍ତି କରିପାରିଥିବାରୁ ଖୁସି ବୋଲି ଶାହ କହିଛନ୍ତି । ବିସିସିଆଇ ଏମପିଏଲ ସହ ୨୦୨୩ ଶେଷ ପର୍ଯ୍ୟନ୍ତ ଚୁକ୍ତି କରିଥିଲା । ମାତ୍ର କମ୍ପାନୀ ମଝିରେ ଏହି ଚୁକ୍ତିକୁ ଶେଷ କରିବା ପାଇଁ ଅନୁରୋଧ କରିଥିଲା ।

ଏହା ପରେ କିଲର ଜିନ୍ସ ଏହି ଦାୟିତ୍ୱ ତୁଲାଇ ଚାଲିଥିଲା । ଏମପିଏଲ ଭାରତୀୟ ବୋର୍ଡକୁ ପ୍ରତ୍ୟେକ ମ୍ୟାଚରେ ୬୫ ଲକ୍ଷ ଓ ୩ ବର୍ଷର ରୟାଲ୍ଟି ଭାବେ ୯ କୋଟି ପୈଠ କରୁଥିଲା । ଯେତେଦୂର ସମ୍ଭବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ଆଡିଡାସ ଲୋଗୋ ଥିବା ଜର୍ସି ପିନ୍ଧିବା ସମ୍ଭାବନା ରହିଛି । ଏକ ରିପୋର୍ଟ ଅନୁସାରେ ଆଡିଡାସ ୩୫୦ କୋଟି ଟଙ୍କାର ଚୁକ୍ତି କରିଛି । ମାତ୍ର ଆଡିଡାସ ସହ କେତେ ଟଙ୍କାର ଚୁକ୍ତି କରାଯାଇଛି ତାହା ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇନି ।

Leave A Reply

Your email address will not be published.