Latest Odisha News

BREAKING NEWS

ଏସୀୟ କ୍ରିଡା: ସ୍ୱର୍ଣ୍ଣ ଜିତିଲା ମହିଳା ଆର୍ଚେରୀ ଟିମ୍

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଦ୍ୱାଦଶ ଦିବସ । ଗତକାଲି ଏକାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ହାସଲ କରିଥିଲା । ଆଜି ପୁଣିଥରେ ତୀରନ୍ଦାଜୀରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଆଦିତି, ଜ୍ୟୋତି ଓ ପରନୀତୟ କୌରଙ୍କୁ ସ୍ୱର୍ଣ୍ଣ ମିଳିଛି ।

ଭାରତୀୟ ମହିଳା ତିରନ୍ଦାଜ ଜ୍ୟୋତି ସୁରେଖା, ଅଦିତୀ ଗୋପୀଚାନ୍ଦ ଓ ପରନୀତି ପ୍ରତିପକ୍ଷ ଚାଇଚିଜ ତାଇପେଇକୁ ଫାଇନାଲରେ ୨୩୦-୨୨୮ରେ ପରାସ୍ତ କରିଛନ୍ତି । ଏହାପୂର୍ବରୁ ମଧ୍ୟ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ମଧ୍ୟ ଭାରତର ଖାତାକୁ ଆସିଥିଲା । ଗତକାଲି ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ ତୀରନ୍ଦାଜରେ ସ୍ବର୍ଣ୍ଣ ପଦକ  ହାସଲ କରିଥିଲେ । ଭାରତ ଏପର୍ଯ୍ୟନ୍ତ ୧୯ ସ୍ୱର୍ଣ୍ଣ, ୩୧ ରୌପ୍ୟ ଓ ୩୨ ବ୍ରୋଞ୍ଜ ସହ ମୋଟ ୮୨ଟି ପଦକ ଜିତିଛି।

ଗତକାଲି ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ୪୪୦୦ ରିଲେରେ ପୁରୁଷ ଦଳ ମଧ୍ୟ ଭାରତ ପାଇଁ ସୁନା ଜିତିଥିଲା । ଆଜି ସ୍କ୍ୱାଶ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସୌରଭ ଘୋସାଲ, ମିକ୍ସଡ ଡବଲ୍ସ ଫାଇନାଲରେ ହରିନ୍ଦର ପଲ ସନ୍ଧୁ ଓ ଦୀପିକା ପାଲିକଲ ଦେଶ ପାଇଁ ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରହିଛି । ଏହାବ୍ୟତୀତ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୁଖ ଦାବିଦାର ଦୀପିକା ପଲ୍ଲିକଲ ଓ ହରିନ୍ଦର ପାଲଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

୨୦୧୮ ମସିହାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡାରେ ଭାରତ ୭୦ ପଦକ ହାସଲ କରିଥିଲା । ତେବେ ଚଳିତବର୍ଷ ଏସୀୟ କ୍ରୀଡାରେ ଭାରତ ରେକର୍ଡ ଭାଙ୍ଗିଛି ।

 

Leave A Reply

Your email address will not be published.