Latest Odisha News

BREAKING NEWS

ରାଜସ୍ଥାନ ରୟାଲ୍ସ ପରେ ରେକର୍ଡ ଦରରେ ବିକ୍ରି ହେଲା ଆରସିବି

ନୂଆଦିଲ୍ଲୀ: ଆଇପିଏଲ ୧୯ତମ ସିଜନ ପୂର୍ବରୁ ୨ଟି ଟିମ ବିକ୍ରି ହୋଇଛି । ରାଜସ୍ଥାନ ରୟାଲ୍ସ ଆମେରିକୀୟ ବ୍ୟବସାୟୀ କୋଲ ସୋମାନୀ ୧୫୨୮୬ କୋଟି ଟଙ୍କାରେ କିଣିଥିବା ବେଳେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ରେକର୍ଡ ଦରରେ ବିକ୍ରି ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ, ଦି ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ, ଭୋଲ୍ଟ ଭେଂଚର୍ସ ଓ ବ୍ଲାକଷ୍ଟୋ ମିଳିତ ଭାବେ ଗତ ସଂସ୍କରଣର ଚାମ୍ପିୟନ ଟିମକୁ କିଣିଛନ୍ତି । ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଏଥିପାଇଁ ସେମାନେ ୧.୭୮ ବିଲିୟମ ଯାହାର ଆନୂମାନିକ ଭାରତ ମୂଲ୍ୟ ୧୬,୬୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆରସିବି ଆଇପିଏଲର ସବୁଠାରୁ ଦାମୀ ଫ୍ରାଂଚାଇଜ ପାଲଟିଛି ।

ଆଦିତ୍ୟ ବିର୍ଲା ଗ୍ରୁପର ନିର୍ଦ୍ଦେଶକ ଆର୍ଯ୍ୟମନ ବିକ୍ରମ ବିର୍ଲା ଏହାର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ୨୦୦୮ରେ ୟୁନାଇଟେଡ ସ୍ପିରିଟ ଏହାକୁ ୧୧୧.୬ ମିଲିୟନ ଡଲାରରେ କିଣିଥିଲା । ଏବେ ଏହା ୧୬ଗୁଣ ଅଧିକ ଦରରେ ବିକ୍ରି ହୋଇଛି । ଚୁକ୍ତି କାର୍ଯ୍ୟ ସରିଥିଲେ ମଧ୍ୟ ଏଷବ ବିସିସିଆଇ, ଆଇପିଏଲ ପରିଚଳାନା କମିଟି ଓ ଭାରତୀୟ ପ୍ରତିଯୋଗିତା ଆୟୋଗର ଅଫିସିଆଲ ମଂଜୁରୀ ଅପେକ୍ଷା କରାଯାଇଛି । ଏହି ନୂଆ ଫ୍ରାଂଚାଇଜର ଉଭୟ ପୁରୁଷ ଏବଂ ମହିଳା ଟିମର ମାଲିକାନା ଦାୟିତ୍ୱ ତୁଲାଇବ ।

Leave A Reply

Your email address will not be published.