ବେଙ୍ଗାଲୁରୁ: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ଏହି ସମୟରେ, ସୂର୍ଯ୍ୟ-ପୃଥିବୀ L1 ପଏଣ୍ଟକୁ ଯାଉଥିବା ଆଦିତ୍ୟ- L1 ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ତଥା ଇସ୍ରୋ ଦ୍ୱାରା ସୋସିଆଲ୍ ମିଡିଆ ଏକ୍ସରେ ଏହି ସୂଚନା ଦେଇଛି।
ଏହାପୂର୍ବରୁ ମଙ୍ଗଳବାର ଦିନ ଆଦିତ୍ୟ ଏଲ୍ ୧ ପୃଥିବୀର କକ୍ଷପଥ ସହିତ ଜଡିତ ଦ୍ୱିତୀୟ ପଦ୍ଧତିକୁ ସଫଳତାର ସହ ସମାପ୍ତ କରିଛି। ଏନେଇ ଇସ୍ରୋ କହିଛି, ଆଦିତ୍ୟ ଏଲ୍-୧ ରେ ସ୍ଥାପିତ କ୍ୟାମେରାରେ ଏହି ସେଲଫି କଏଦ ହୋଇଛି। ସେପ୍ଟେମ୍ବର ୨ ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ପେସ ସେଣ୍ଟରରୁ ଆଦିତ୍ୟ ଏଲ୍-୧ ଲଞ୍ଚ କରାଯାଇଥିଲା। ୧୨୫ ଦିନର ମହାକାଶ ଯାତ୍ରା ସମାପ୍ତ କରିବା ପରେ ଆଦିତ୍ୟ ଏଲ୍-୧ ପୃଥିବୀଠାରୁ ୧.୬ ନିୟୁତ କିଲୋମିଟର ଦୂରରେ ଥିବା ଲାଗ୍ରାଙ୍ଗିଆନ୍ ପଏଣ୍ଟର ହାଲୋ କକ୍ଷପଥରେ ରଖାଯିବ। ଏହା ପରେ ହିଁ ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ଗବେଷଣା ଆରମ୍ଭ କରିବାକୁ ସମର୍ଥ ହେବେ।
ଆଦିତ୍ୟ ଏଲ୍-୧ରେ ପେଲୋଡ ସୂର୍ଯ୍ୟ କିରଣ, ପ୍ଲାଜମା ଏବଂ ଚୁମ୍ବକୀୟ କ୍ଷେତ୍ର ଅଧ୍ୟୟନ କରିବ। ଆଦିତ୍ୟ ଏଲ୍-୧ ପୃଥିବୀର କକ୍ଷପଥ ସହିତ ଜଡିତ ତୃତୀୟ ପଦ୍ଧତି ସେପ୍ଟେମ୍ବର ୧୦ରେ ଭାରତୀୟ ସମୟ ପ୍ରାୟ ୨.୩୦ରେ ଧାର୍ଯ୍ୟ କରାଯାଇଛି। ଏହି ମହାକାଶ ଯାନ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଏଲ୍-୧ ସୂର୍ଯ୍ୟ-ପୃଥିବୀର ଲାଗ୍ରାଞ୍ଜ ପଏଣ୍ଟରୁ ସୋଲାର ୱିଣ୍ଡ୍ର ଅନୁଧ୍ୟାନ କରିବ। ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାରେ ଏହା ଭାରତର ପ୍ରଥମ ସ୍ପେସ୍ ମିଶନ। ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମୋସ୍ପିୟର ଏବଂ ବାହ୍ୟ ସ୍ତର ଅନୁଧ୍ୟାନ ଲାଗି ଉକ୍ତ ମହାକାଶ ଯାନରେ ବିଭିନ୍ନ ୱେଭ୍ ବ୍ରାଣ୍ଡ୍ର ୭ଟି ପ୍ଲେଲୋଡ୍ ରହିଛି। ଏହା ସହିତ ଇସ୍ରୋ ଆହୁରି ଅନେକ ମିଶନ ଆରମ୍ଭ କରିବାକୁ ଯାଉଛି। ଯେଉଁଥିରେ ଶୁକ୍ର ଏବଂ ଗଗନଯାନ ମିଶନ ପାଇପଲାଇନରେ ଅଛି। ଶୁକ୍ର ହେଉଛି ମହାକାଶରେ ଥିବା ଏକମାତ୍ର ଗ୍ରହ ଯାହା ପୃଥିବୀ ପରି। ମଣିଷ ଏଠାରେ ରହିବାର ସମ୍ଭାବନା ରହିଛି।
Comments are closed.