Latest Odisha News

ବିମାନରେ ହଠାତ୍ ଚାଲିଲା ଅଶ୍ଲୀଳ ଭିଡିଓ, ଯାତ୍ରୀ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବିମାନରେ ହଠାତ୍ ଚାଲିଲା ଅଶ୍ଲୀଳ ଭିଡିଓ। ବିମାନଟି ପ୍ରାୟ ୩୩ହଜାର ଫୁଟ ଉଚ୍ଚରେ ଥିଲାବେଳେ ଯାତ୍ରୀଙ୍କ ସମ୍ମୁଖରେ ଥିବା ମିନି ଟିଭି ପରଦାରେ ଏକ ଅଶ୍ଲୀଳ ଫିଲ୍ମ ପ୍ଲେ ହେବାକୁ ଲାଗିଥିଲା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହି ନିଜ ଆଖି ବନ୍ଦ କରି ଦେଇଥିଲେ ତ ଆଉ କେହି ପିଲାଙ୍କ ଆଖି ବନ୍ଦ କରିବାକୁ ଲାଗିପଡିଥିଲେ। ଏଭଳି ଘଟଣାକୁ ନେଇ ଯାତ୍ରୀମାନେ ଲଜ୍ଜିତ ହୋଇପଡିଥିଲେ। ବିମାନରେ ୫୦୦ରୁ ଅଧିକ ଯାତ୍ରୀ ଥିଲେ।

କ୍ରୁ ସଦସ୍ୟମାନେ ହଠାତ୍ କିଛି ବୁଝିପାରିନଥିଲେ। ପରେ ସେମାନେ ଫିଲ୍ମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଫିଲ୍ମକୁ ବନ୍ଦ କରାଯାଇ ପାରିଲା ନାହିଁ। ତେବେ କ୍ରୁ ସଦସ୍ୟମାନେ ଏହାକୁ ଯାନ୍ତ୍ରିକ ତ୍ରୁଟି ବୋଲି କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଣ୍ଟାସ୍ ବିମାନ ଉଡ଼ାଣ QF59 ଅଷ୍ଟ୍ରେଲିଆର ସିଡନୀରୁ ଜାପାନର ହାନେଡାକୁ ଉଡ଼ାଣ ଭରିଥିଲା। ବିମାନଟି ୩୩ ହଜାର ଫୁଟ ଉଚ୍ଚରେ ଥିଲାବେଳେ ହଠାତ୍ ଅଶ୍ଲୀଳ ଫିଲ୍ମ ଡ୍ୟାଡିଓ ଚାଲିଥିଲା।

ଯଦିଓ ଯାତ୍ରୀମାନେ ସାଉଣ୍ଡ ବନ୍ଦ କରିଦେଇଥିଲେ ତଥାପି ମିନି ଟିଭି ପରଦାରେ ଫିଲ୍ମ ବନ୍ଦ ହୋଇପାରିନଥିଲା।

Leave A Reply

Your email address will not be published.