Latest Odisha News

ବଦଳିଲା ଶାରଳା ମନ୍ଦିର ଘିଅ, ଗତକାଲି ହୋଇଥିଲା ଚଢ଼ାଉ

ଜଗତସିଂହପୁର: ଜଗତସିଂହପୁର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳା ମନ୍ଦିରରେ ବଦଳିଲା ଘିଅ l ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ କରାଯିବ ପରେ ଆସିଲା ନୂଆ ଘିଅ l ବ୍ୟବହାର ପାଇଁ ଓମ୍‌ଫେଡ୍‌ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଥିବା ନେଇ ସୂଚନା ମିଳିଛି l ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ନେଇ ଅଭିଯୋଗ ପରେ ଗତକାଲି ହୋଇଥିଲା ଚଢ଼ାଉ l

ତିରୁପତି ତିରୁମାଲା ଭେଙ୍କଟାଶ୍ବର ବାଲାଜୀ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅର ବ୍ୟବହାର ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଏବେ ଦେଶରେ ହଟଚମଟ ସୃଷ୍ଟି ହୋଇଛି । ସବୁ ମନ୍ଦିର ପ୍ରଶାସନଙ୍କ ମନରେ ଛନକା ପଶିଛି । ସବୁ ମନ୍ଦିରରେ ତନତନ କରି ସବୁ ଘିଅ ଓ ପ୍ରସାଦରେ ବ୍ୟବହୃତ ସାମଗ୍ରୀକୁ ଯାଞ୍ଚ କରୁଛି ପ୍ରଶାସନ l ଏନେଇ ରାଜ୍ୟ ସରକାର ତତ୍ପର ହୋଇଥିବା ବେଳେ ପ୍ରଥମେ ପୁରୀ ଶ୍ରୀମନ୍ଦିର ପ୍ରସାଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା l ଶ୍ରୀମନ୍ଦିରରେ ପ୍ରସାଦରେ ବ୍ୟବହୃତ ଘିଅ ଓ ବିଭିନ୍ନ ସାମଗ୍ରୀ ଯାଞ୍ଚ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ଶାରଳା ମନ୍ଦିରରେ ଯାଞ୍ଚ ଆରମ୍ଭ କରିଥିଲେ ଫୁଡ୍‌ ଇନ୍ସପେକ୍ଟର । ଶାରଳା ମନ୍ଦିର ପ୍ରସାଦରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଯାଞ୍ଚ ପାଇଁ ପହଞ୍ଚିଥିଲେ ଫୁଡ୍‌ ଇନ୍ସପେକ୍ଟର । ମା’ଙ୍କ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନିଆଯାଇଥିଲା l ଯାଞ୍ଚ ପରେ ଶେଷରେ ଆଜି ବଦଳିଛି ଘିଅ l

Leave A Reply

Your email address will not be published.