Latest Odisha News

ସାଇବର ଠକଙ୍କ ଠାରୁ ସତର୍କ ରହିବାକୁ ଟିପିଏସ୍ଓଡିଏଲର ପରାମର୍ଶ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସାଇବର ଅପରାଧୀଙ୍କ ଠକାମୀରୁ ବଞ୍ଚିବା ପାଇଁ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଏକ ମାର୍ଗଦର୍ଶିକା ଜାରି କରିଛି। ବକେୟା ବିଲ୍ ଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ ବୋଲି କହି ସାଇବର ଠକମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏନେଇ ଟିପିଏସଓଡିଏଲ୍ ତରଫରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏହି ସାଇବର ଠକାମୀ କରୁଥିବା ବ୍ୟକ୍ତିମାନେ କମ୍ପାନୀ ଦ୍ୱାରା ଅନୁମୋଦିତ ନୁହଁନ୍ତି। ତେଣୁ ଗ୍ରାହକମାନଙ୍କୁ ଏଭଳି କଲ୍ କିମ୍ବା ମେସେଜର ଉତ୍ତର ଦେବା ସମୟରେ ସତର୍କତା ଅବଲମ୍ବନ କରିବାକୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି।

ଟିପିଏସଓଡିଏଲ୍ ତରଫରୁ ଗ୍ରାହକଙ୍କୁ ଜଣାଇ ଦିଆଯାଇଛି ଯେ, ବିଲ୍ ପୈଠ କରିବା ବେଳେ କିମ୍ବା ଅନ୍ୟ କୌଣସି ପେମେଣ୍ଟ କରିବା ସମୟରେ ଟିପିଏସ୍ଓଡିଏଲ୍ ପାସୱାର୍ଡ, ଓଟିପି, ବ୍ୟାଙ୍କ ବିବରଣୀ, ମୋବାଇଲ କିମ୍ବା ଲାପଟପ୍ ସ୍କ୍ରିନ୍ ପାସୱାର୍ଡ ଭଳି ସମ୍ବେଦନଶୀଳ ତଥ୍ୟ କେବେ ବି ମାଗି ନଥାଏ। ସୁରକ୍ଷିତ ଦେୟ ସୁନିଶ୍ଚିତ କରିବା ପାଇଁ, ଟିପିଏସ୍ଓଡିଏଲ୍ ସମସ୍ତ ଉପଭୋକ୍ତାଙ୍କୁ ଅଧିକୃତ ଦେୟ ପଦ୍ଧତି ଏବଂ ସଠିକ୍ ପେମେଣ୍ଟ ଚ୍ୟାନେଲ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। କୌଣସି ଅଭିଯୋଗ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କିତ ସହାୟତା ପାଇଁ କମ୍ପାନୀର ୨୪/୭ ଟୋଲ୍ ଫ୍ରି ନମ୍ବରରେ ଫୋନ କର ପରାମର୍ଶ ନେଇପାରିବେ ଜନତା l

Comments are closed.