Latest Odisha News

BREAKING NEWS

ସବୁ କୋଭିଡ ହସପିଟାଲରେ ବାଧ୍ୟତାମୂଳକ ହେବ ହେଲ୍ପ ଡେସ୍କ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ରାଜ୍ୟର ସବୁ କୋଭିଡ ହସପିଟାଲରେ ବାଧ୍ୟତାମୂଳକ ହେବ ହେଲ୍ପ ଡେସ୍କ । ସମସ୍ତ ଘରୋଇ ଓ ସରକାରୀ ହସପିଟାଲରେ ଏହି ହେଲ୍ପ ଡେସ୍କ ରହିବ । ହେଲ୍ପ ଡେସ୍କ ଗୁଡିକ ୨୪ ଘଣ୍ଟିଆ କାର୍ଯ୍ୟ କରିବ । ଏନେଇ ରା୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସେହିପରି ସବୁ ହେଲ୍ପ ଡେସ୍କରେ ଟୋଲ ଫ୍ରି ଟେଲିଫୋନ୍ ନମ୍ବର ରହିବ । ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ବେଚ୍ଛାସେବୀଙ୍କ ସହାୟତା ନିଆଯିବ ବୋଲି କହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଏଣିକି କୋଭିଡ ହସପିଟାଲରେ ରହିବ ସିସିଟିଭି ବ୍ୟବସ୍ଥା । ସମ୍ପର୍କୀୟ ଚାହିଁଲେ ସିଧାସଳଖ ରୋଗୀଙ୍କୁ ଦେଖିପାରିବେ । ସିସିଟିଭି ପାଇଁ ସ୍ବତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା କରାଯିବ । ସେହିପରି ହେଲ୍ପ ଡେସ୍କରେ ସୋସିଆଲ ମିଡିଆର ବ୍ୟବସ୍ଥା ମଧ୍ୟ ରହିବ । ସମ୍ପର୍କୀୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ମଧ୍ୟ ହୋଇପାରିବେ । ଏହାସହ ପ୍ରତିଦିନ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କୀୟଙ୍କୁ ଅପଡେଟ୍ କରାଯିବ ।

Leave A Reply

Your email address will not be published.