ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ଡିଭିଜନ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ଉ ଜାରି ରହିଛି। ଶେଷ ଖବର ମିଳିବା ସୁଦ୍ଧା ତାଙ୍କର ବ୍ରହ୍ମପୁରରେ ଗୋଟିଏ ତିନି ମହଲା ଏବଂ ଗୋଟିଏ ଦୁଇ ମହଲା ଘର ସହିତ ୨ଟି ପ୍ଲଟ୍ ମିଳିଛି। ସେହିଭଳି ଘରୁ ନଗଦ ୧ଲକ୍ଷ ୩୮ ହଜାର ଟଙ୍କା ସହିତ ବ୍ୟାଙ୍କ, ପୋଷ୍ଟାଲ୍ ଏବଂ ବୀମାରେ ପ୍ରାୟ ୪୦ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ସେ ଗୋଟିଏ ହ୍ୟୁଣ୍ଡାଇ କାର୍ ଚଢ଼ୁଥିଲେ। ଉକ୍ତ ଗାଡ଼ିଟି ଜଣେ ଠିକାଦାରଙ୍କ ନାଁରେ ରହିଥିବା ଜଣାପଡ଼ିଛି। ସେହିଭଳି ୩ଟି ଦୁଇ ଚକିଆ ଗାଡ଼ି ମଧ୍ୟ ମିଳିଥିବା ବେଳେ ଚଢ଼ଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶୁକ୍ରବାର ସକାଳେ ଭିଜିଲାନ୍ସ ତରଫରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି। ଏଥିରେ ଜଣେ ଅତିରିକ୍ତ ଏସ୍ପି, ୮ଜଣ ଡିଏସପି ଏବଂ ୯ଜଣ ଇନସପେକ୍ଟର ସାମିଲ ଅଛନ୍ତି। ଯନ୍ତ୍ରୀ ସାହୁ ବାଘୁଆ ଜଳସେଚନ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ଚଢ଼ଉ ଜାରି ରହିଥିବା ବେଳେ ସମ୍ପତ୍ତିର ଆକଳନ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
BREAKING NEWS
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
- କେନ୍ଦୁଝରରେ ୧୯୦୦ କୋଟି ଉର୍ଦ୍ଧ୍ୱ ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ରାଜଧାନୀରେ ମକର ମାହୋଲ; ‘କାଇଟ ଶୋ’ ସହ ଜମିବ ଗୁଡ଼ିଉଡ଼ା ପ୍ରତିଯୋଗିତା..
- O Romeo: ମୁକ୍ତିଲାଭ ପୂର୍ବରୁ ଅଡୁଆରେ ପଡ଼ିଲା ଶାହିଦ କପୂରଙ୍କ ‘ଓ ରୋମିଓ’, ମିଳିଲା ନୋଟିସ୍…
Comments are closed.