ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ଡିଭିଜନ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ଉ ଜାରି ରହିଛି। ଶେଷ ଖବର ମିଳିବା ସୁଦ୍ଧା ତାଙ୍କର ବ୍ରହ୍ମପୁରରେ ଗୋଟିଏ ତିନି ମହଲା ଏବଂ ଗୋଟିଏ ଦୁଇ ମହଲା ଘର ସହିତ ୨ଟି ପ୍ଲଟ୍ ମିଳିଛି। ସେହିଭଳି ଘରୁ ନଗଦ ୧ଲକ୍ଷ ୩୮ ହଜାର ଟଙ୍କା ସହିତ ବ୍ୟାଙ୍କ, ପୋଷ୍ଟାଲ୍ ଏବଂ ବୀମାରେ ପ୍ରାୟ ୪୦ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ସେ ଗୋଟିଏ ହ୍ୟୁଣ୍ଡାଇ କାର୍ ଚଢ଼ୁଥିଲେ। ଉକ୍ତ ଗାଡ଼ିଟି ଜଣେ ଠିକାଦାରଙ୍କ ନାଁରେ ରହିଥିବା ଜଣାପଡ଼ିଛି। ସେହିଭଳି ୩ଟି ଦୁଇ ଚକିଆ ଗାଡ଼ି ମଧ୍ୟ ମିଳିଥିବା ବେଳେ ଚଢ଼ଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶୁକ୍ରବାର ସକାଳେ ଭିଜିଲାନ୍ସ ତରଫରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି। ଏଥିରେ ଜଣେ ଅତିରିକ୍ତ ଏସ୍ପି, ୮ଜଣ ଡିଏସପି ଏବଂ ୯ଜଣ ଇନସପେକ୍ଟର ସାମିଲ ଅଛନ୍ତି। ଯନ୍ତ୍ରୀ ସାହୁ ବାଘୁଆ ଜଳସେଚନ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ଚଢ଼ଉ ଜାରି ରହିଥିବା ବେଳେ ସମ୍ପତ୍ତିର ଆକଳନ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
BREAKING NEWS
- Opposition Stages Symbolic Procession: ବିଧାନସଭାରେ କାହାର ଉଠିଲା ‘କୋକେଇ’?, ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ପରିସର
- Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
Comments are closed.