Latest Odisha News

BREAKING NEWS

ବେଙ୍ଗାଳୁରୁରେ ଏରୋ ଇଣ୍ଡିଆ ଶୋ ଉଦଘାଟିତ

ବେଙ୍ଗାଳୁରୁ: ବେଙ୍ଗାଳୁରୁରେ ଆଜିଠୁ ଆରମ୍ଭ ହୋଇଛି ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ଶୋ ଏରୋ ଇଣ୍ଡିଆ ୨୦୨୧ । ଆଜିଠାରୁ ତିନି ଦିନ ପାଇଁ ଚାଲିବ । ଏହାକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସିଡିଏସ ଜେନେେରାଲ୍ ବିପିନ ରାଓ୍ୱତ ଓ ତିନି ସେନା ମୁଖ୍ୟ । ଏୟାର ସୋ ଜରିଆରେ ସାରା ବିଶ୍ୱକୁ ନିଜ ସାମର୍ଥ୍ୟ ଦେଖାଇଛି ଭାରତ । ଏରୋ ଇଣ୍ଡିଆ ଶୋର ଉଦଘାଟନ ଉତ୍ସବରେ ଏମଆଇ-୧୭ ହେଲିକପ୍ଟର ଫ୍ଲାଗପାଷ୍ଟରେ ସାମିଲ ହୋଇଥିଲା । ସେହିପରି ବେଙ୍ଗାଳୁରୁ ଆକାଶରେ କଳା କୌଶଳ ପ୍ରଦର୍ଶନ କରିଛି ସୂର୍ଯ୍ୟକିରଣ, ତେଜସ ଭଳି ଲଢୁଆ ଯୁଦ୍ଧ ବିମାନ । ଏଥିରେ ଭାରତ ସମେତ ଅନ୍ୟ ରାଷ୍ଟ୍ରର ଯୁଦ୍ଧବିମାନ, ଅସ୍ତ୍ରଶସ୍ତ୍ର ଓ ଟେକ୍ନୋଲୋଜି ପ୍ରଦର୍ଶିତ ହେବ ।

Leave A Reply

Your email address will not be published.