କାବୁଲ: ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମାଆମାନଙ୍କ ନବଜାତ ଶିଶୁଙ୍କ ପାଇଁ ଆଫଗାନିସ୍ତାନର ମହିଳା ଫିରୋଜା ୟୁନିସ ଦେବଦୂତ ସାଜିଛନ୍ତି । ଏହି ନବଜାତଙ୍କୁ ଫିରୋଜା ସ୍ତନ୍ୟପାନ କରାଇ ମହତ କାର୍ଯ୍ୟ କରିଛନ୍ତି । ଯାହା ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି । ସମସ୍ତେ ତାଙ୍କର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରୁଛନ୍ତି ।
ମଙ୍ଗଳବାର ଆଫଗାନିସ୍ତାନର କାବୁଲରେ ଏକ ମ୍ୟାଟରନେଟି ଡାକ୍ତରଖାନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୨୪ ଲୋକ ମୃତ୍ୟୁବରଣ କରିଥିଲେ । ୧୮ ନବଜାତ ମଧ୍ୟ ଏହି ଅମାନବୀୟ ଘଟଣାରେ ମୃତ୍ୟୁବରଣ କରିଥିଲେ । ଆତଙ୍କବାଦୀ ମାନବିକତା ହତ୍ୟା କରିବା ପାଇଁ ଲାଗିଛନ୍ତି । ମୁଁ ମଧ୍ୟ ଏହାର ଶୀକାର ହୋଇଛି । ଏମାନଙ୍କର କୌଣସି ଧର୍ମ ନାହିଁ ବୋଲି ଫିରୋଜା କହିଛନ୍ତି ।
Comments are closed.