Latest Odisha News

BREAKING NEWS

କାବୁଲ ସିରିଜ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ସିରିଜ ବିସ୍ଫୋରଣରେ ଅତି କମ୍‌ରେ ୯୦ ଜଣ ଆଫଗାନିସ୍ତାନ ଏବଂ ୧୩ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଯାହା ଏବେ ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୧୦୦ରୁ ଅଧିକ ପ୍ରାଣ ହାନି ହୋଇଥିବା ରିପୋର୍ଟ ମିଳିଛି।

ଏହି ଆକ୍ରମଣରେ ଆହୁରି ୧୫ ଜଣ ଆମେରିକୀୟ ସୈନ୍ୟ ଏବଂ ୧୫୦ ରୁ ଅଧିକ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ଆଇଏସଆଇଏସ-କେ ଦାୟୀ ବୋଲି ଦାବି କରାଯାଉଛି। ଭାରତ ସମେତ ଅନ୍ତର୍ଜାତୀୟ ସମୁଦାୟ ଏହି ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି।

 

Comments are closed.