ଆଫଗାନିସ୍ତାନ: ଆଫଗାନିସ୍ତାନ ଖୋଷ୍ଟର ଅଞ୍ଚଳର ଏକ ହୋଟେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ହୋଟେଲକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଜଣାଯାଇଛି ।
ସୋମବାର ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ପାକିସ୍ତାନୀ ତାଲିବାନର ହାଫିଜ ଗୁଲ ବାହାଦୂର ଦଳର ଆତଙ୍କବାଦୀମାନେ ରୀତିମତ ଭାବେ ଏହି ହୋଟେଲକୁ ଯିବା ଆସିବା କରନ୍ତି । ଯେତେବେଳେ ତାଲିବାନ ଆଫଗାନିସ୍ତାନ ଫେରିବାର ଦ୍ୱିତୀୟ ବର୍ଷ ପୁର୍ତ୍ତି ଅବସରରେ ଉତ୍ସବ ପାଳନ କରୁ୍ଥିଲେ ଏହି ସମୟରେ ଏଠାରେ ଆକ୍ରମଣ ହୋଇଛି । ତେବେ ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଏହା ଏକ ପୂର୍ବନିର୍ଦ୍ଧାରିତ ଷଡଯନ୍ତ୍ର ।
୨୦୨୧ ମସିହାରେ ତାଲିବାନମାନେ ଆଫଗାନିସ୍ତାନ ଉପରେ କବଜା କରିବା ପରେ ରାଜଧାନୀ କାବୁଲରେ ଅନେକ ଥର ବୋମାମାଡ଼, ଗୁଳିକାଣ୍ଡ ଭଳି ବିଭିନ୍ନ ପ୍ରକାରର ହିଂସାକାଣ୍ଡ ବାରମ୍ବାର ହୋଇଚାଲିଛି । ଏଥିରେ ୧୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହିତ ଅନେକ ଧନଜୀବନ ନଷ୍ଟ ବି ହୋଇଛି । ଏଥିମଧ୍ୟରୁ ସର୍ବାଧିକ ଆକ୍ରମଣ ନିକଟସ୍ଥ ମସ୍ଜିଦ୍ ଓ ସ୍ଥାନୀୟ ବଜାର ହାଟରେ ଆର୍ଡିଏକ୍ସ ଦ୍ୱାରା କରାଯାଇଛି । ସୂଚନା ଅନୁସାରେ ଆଫଗାନିସ୍ତାନକୁ ବିଶେଷ କରି \”ଆଇ ଏସ ଆଇ ଏସ\” ଦ୍ୱାରା ଦିଆଯାଇଥିବା ସତର୍କିତ ଚେତାବନୀର ସାମ୍ନା କରିବାକୁ ପଡୁଛି ।
Comments are closed.