Latest Odisha News

BREAKING NEWS

କାବୁଲ ବିଶ୍ୱବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ୨୦ ଛାତ୍ର ମୃତ

କାବୁଲ: ଆଫଗାନିସ୍ତାନରେ ପୁନର୍ବାର ଆତଙ୍କବାଦୀମାନେ ରକ୍ତର ଖେଳ ଖେଳିଛନ୍ତି । ଏଥିରେ ବଳି ପଡିଛନ୍ତି ଛାତ୍ର । କାବୁଲ ବିଶ୍ୱବିଦ୍ୟାଳୟରେ ଆଫଗାନ-ଇରାନିଆନ ପୁସ୍ତକ ମେଳା ଚାଲିଥିଲା । କେତେକ ଆତଙ୍କବାଦୀ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ଛାତ୍ରଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ୨୦ ଛାତ୍ର ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।

ପୋଲିସର ପାଲଟା ଆକ୍ରମଣରେ ଗୋଟିଏ ଆତଙ୍କବାଦୀ ମୃତ୍ୟୁବରଣ କରିଛି । ତେବେ ଏହି ଆକ୍ରମଣ କେଉଁ ସଂଗଠନ କରିଥିଲା ତାହା ସ୍ପଷ୍ଟ ହୋଇ ନାହିଁ । ଅନେକ ଛାତ୍ର ବିକଳରେ କ୍ଲାସରୁମ ମଧ୍ୟରେ ଲୁଚୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପ୍ରସାରିତ ହେବା ପରେ ଛାତ୍ରଙ୍କ ପରିବାରବର୍ଗ ବିଶ୍ୱବିଦ୍ୟାଳୟ ଅଭିମୁଖେ ଯାଇଥିଲେ । ପୋଲିସ ସଡକପଥକୁ ସିଲ୍ କରିଛି ।

Leave A Reply

Your email address will not be published.