ନୂଆଦିଲ୍ଲୀ: ବିସ୍ଥାପିତ ଆଫଗାନିସ୍ତାନ ମହିଳା କ୍ରିକେଟର ମାନଙ୍କୁ ସାହାଯ୍ୟର ହାତ ବଢାଇଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏ ନେଇ ଗତ ରବିବାର ଦିନ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି।
ଆଇସିସିର ଏହି ପଦକ୍ଷେପରେ ସହାୟତା କରିବା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ), ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ହାତ ମିଳାଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଆଇସିସି ସିଧାସଳଖ ଭାବେ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରିବ ଯାହା ଦ୍ୱାରା କ୍ରିକେଟରମାନଙ୍କୁ ଖେଳ ଜାରି ରଖିବା ପାଇଁ ଆବଶ୍ୟକ ପରିମାଣର ଆର୍ଥିକ ସହାୟତା ମିଳିପାରିବ।
ଏଥିସହିତ ସେମାନଙ୍କୁ ଆଡଭାନ୍ସ କୋଚିଂ ମଧ୍ୟ ଅଫର କରାଯିବ ଯାହା ଦ୍ୱାରା ସେମାନେ ଖେଳରେ ଭଲ ପ୍ରଦର୍ଶନ କରିପାରିବେ ଓ ସେମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଏବଂ ଉପଯୁକ୍ତ ପରାମର୍ଶ ମଧ୍ୟ ପ୍ରଦାନ କରାଯିବ। ଏନେଇ ଆଇସିସି ଅଧ୍ୟକ୍ଷ ଜୟ ଶାହ କହିଛନ୍ତି ଯେ ଆଇସିସି ସର୍ବଦା ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରି ଆସିଛି ଓ ପ୍ରତ୍ୟେକ ଖେଳାଳିଙ୍କୁ ଯଥା ସମ୍ଭବ ଉପଯୁକ୍ତ ତାଲିମ ଦେଇ ନିଜର ପ୍ରତିଭା ପ୍ରଦର୍ଶନ ସୁଯୋଗ ଦେବା ପାଇଁ ଆମେ ପ୍ରତିବଦ୍ଧ ଅଟୁ।
ତେବେ ଏହା ଦ୍ୱାରା ବିସ୍ଥାପିତ ଆଫଗାନ ମହିଳା କ୍ରିକେଟର ମାନେ ଏବେ ନିଜ ଖେଳ ଜାରି ରଖିପାରିବେ ଓ ଏହା ବିଶ୍ୱ ର ଅଭିବୃଦ୍ଧି,ଏକତା ଓ ପ୍ରେରଣା ପ୍ରତି ଆମର ଦୃଢ଼ ସମର୍ପଣକୁ ମଧ୍ୟ ଦର୍ଶାଉଅଛି। ଖେଳ ଜାରି ରଖିବା ପାଇଁ ଆବଶ୍ୟକ ପରିମାଣର ଆର୍ଥିକ ସହାୟତା ମିଳିପାରିବ।
ଏଥିସହିତ ସେମାନଙ୍କୁ ଆଡଭାନ୍ସ କୋଚିଂ ମଧ୍ୟ ଅଫର କରାଯିବ ଯାହା ଦ୍ୱାରା ସେମାନେ ଖେଳରେ ଭଲ ପ୍ରଦର୍ଶନ କରିପାରିବେ ଓ ସେମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଏବଂ ଉପଯୁକ୍ତ ପରାମର୍ଶ ମଧ୍ୟ ପ୍ରଦାନ କରାଯିବ। ଏନେଇ ଆଇସିସି ଅଧ୍ୟକ୍ଷ ଜୟ ଶାହ କହିଛନ୍ତି ଯେ ଆଇସିସି ସର୍ବଦା ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରି ଆସିଛି ଓ ପ୍ରତ୍ୟେକ ଖେଳାଳିଙ୍କୁ ଯଥା ସମ୍ଭବ ଉପଯୁକ୍ତ ତାଲିମ ଦେଇ ନିଜର ପ୍ରତିଭା ପ୍ରଦର୍ଶନ ସୁଯୋଗ ଦେବା ପାଇଁ ଆମେ ପ୍ରତିବଦ୍ଧ ଅଟୁ।
ତେବେ ଏହା ଦ୍ୱାରା ବିସ୍ଥାପିତ ଆଫଗାନ ମହିଳା କ୍ରିକେଟର ମାନେ ଏବେ ନିଜ ଖେଳ ଜାରି ରଖିପାରିବେ ଓ ଏହା ବିଶ୍ୱ ର ଅଭିବୃଦ୍ଧି,ଏକତା ଓ ପ୍ରେରଣା ପ୍ରତି ଆମର ଦୃଢ଼ ସମର୍ପଣକୁ ମଧ୍ୟ ଦର୍ଶାଉଅଛି।
Comments are closed.