Latest Odisha News

BREAKING NEWS

ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ହରାଇଲା ଆଫଗାନିସ୍ତାନ

ଆଜି ପୁଣି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି ସାରଜାରେ । ଆଫଗାନିସ୍ଥାନ ଏବଂ ବାଙ୍ଗଲାଦେଶ ମଧ୍ୟର ଚାଲିଥିବା ଏସିଆ କପ ମ୍ୟାଚରେ ଆଫଗାନିସ୍ତାନ ୭ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଆଫଗାନିସ୍ତାନ ପକ୍ଷରୁ ଇବ୍ରାହିମ ଜରଦାନ ୪୨ରନ କରିଥିବା ବେଳେ ନଜିବୁଲ୍ଲା ଜରଦାନ ୪୩ ରନ୍ କରି ଆଫଗାନିସ୍ତାନକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୨୭ ରନ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୯ ବଲ ପୂର୍ବରୁ ୩ ୱିକେଟ ହରାଇ ଧାର‌୍ୟ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ନଜିବୁଲ୍ଲା ଶେଷ ଯାଏ ୧୭ ବଲରେ ୪୩ ଓ ଇବ୍ରାହିମ ଜଦରାନ ୪୧ ବଲରେ ୪୨ ରନ କରି ଅପରାଜିତ ରହି ମ୍ୟାଚ କୁ ନିଜ ନିୟନ୍ତ୍ରଣରେ ରଖିଥିଲେ ।

ମ୍ୟାଚରେ ବାଂଲାଦେଶ ଦଳର ବ୍ୟାଟ୍ସମ୍ୟାନମାନେ ଆଫଗାନ ବୋଲରଙ୍କ ଭଲ ଭାବରେ ସାମନା କରିପାରିନଥିଲେ । ଏପରିକି ଦଳ ମାତ୍ର ୨୮ରନରେ ୪ଟି ଓ୍ବିକେଟ ହରାଇଥିଲା । ତେବେ ମୋସାଦେକ୍ ହୁସେନ ୪୮ ରନ କରି ଅପରାଜିତ ରହିଥିବାବେଳେ ମହମ୍ମଦୁଲ୍ଲା ୨୫ ରନ କରିଥିଲେ । ଦଲ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ବିକେଟ ହରାଇ ୧୨୭ ରନ କରିଥିଲା ।

ଆଫଗାନିସ୍ତାନ ଦଳ ପକ୍ଷରୁ ରସିଦ ଖାଁ ଓ ମୁଜିବୁର ରେହେମାନ ୩ଟି ଓ୍ବିକେଟ୍ ନେଇଥିଲେ ।

Leave A Reply

Your email address will not be published.