ନୂଆଦିଲ୍ଲୀ: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ରବିବାର ଦିନ ୧୧ଟାରେ ସଡ଼କ ପଥ ଦେଇ ତାଜମହଲ ପରିଦର୍ଶନ ପାଇଁ ଆଗ୍ରାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା।
ସେଠାରେ ଦିନ ୧୧.୧୦ ସମୟରେ ତାଜମହଲ ପରିଦର୍ଶନ କରିଥାନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଏହି ଗସ୍ତ ବାତିଲ ହୋଇଛି।
ସୂଚନା ଅନୁଯାୟୀ, ସେ ପ୍ରାୟ ଏକ ଘଣ୍ଟା ରହି ତାଜମହଲ ପରିଦର୍ଶନ କରିଥାନ୍ତେ। ଏହା ପରେ ସେ ପୂର୍ବି ଗେଟରେ ଅବସ୍ଥିତ ଏକ ତାରକା ହୋଟେଲରେ ୧.୩୦ ସମୟରେ ମଧ୍ୟାହ୍ନ ଭୋଜନ କରି ଦିଲ୍ଲୀ ଅଭିମୁଖେ ବାହାରିବାର ଯୋଜନା ଥିଲା କିନ୍ତୁ କୌଣସି କାରଣ ବଶତଃ ବର୍ତ୍ତମାନ୍ ଏ ସବୁ ବାତିଲ କରିଦିଆଯାଇଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।
Comments are closed.