Latest Odisha News

ଅଜବ ପରମ୍ପରା: ବିବାହ ପୂର୍ବରୁ କାଟନ୍ତି ନିଜର ଜିଭ, କାନ

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ ତାକୁ ସମ୍ମାନ ଦେଇଥାନ୍ତି। ଏଭଳି ଏକ ପରମ୍ପରା ରହିଛି ଆଫ୍ରିକା, ପାକିସ୍ତାନ ଏବଂ ବାଂଲାଦେଶର କେତେକ ଅଂଚଳରେ l ଆଫ୍ରିକାର କେତେକ ଦେଶରେ ଯଥା ଇଥିଓପିଆ, କେନିଆ, ସୋମାଲିଆ ଏବଂ ସୁଦାନରେ ବସବାସ କରୁଥିବା କେତେକ ସମ୍ପ୍ରଦାୟରେ ବିବାହ ପୂର୍ବରୁ ଝିଅ ମାନଙ୍କର ଜିଭ କିମ୍ବା କାନ କାଟିବାର ପ୍ରଥା ରହିଛି l ଏହି ପ୍ରଥା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି l ଏହି ପ୍ରଥାକୁ ବର୍ତ୍ତମାନ ଯୁବତୀମାନଙ୍କ ଶରୀରରେ ଶାରୀରିକ ପରିବର୍ତ୍ତନର ଏକ ରୂପ ଭାବରେ ବିବେଚନା କରାଯାଉଛି l

ତେବେ ଭାରତର ଆଖପାଖ ଗ୍ରାମାଞ୍ଚଳରେ ମଧ୍ୟ ଏହି ପ୍ରଥା ଦେଖିବାକୁ ମିଳେ l ଏହି ପ୍ରଥା ପାକିସ୍ତାନର କେତେକ ଅଞ୍ଚଳରେ ବିଶେଷ କରି ଗ୍ରାମାଞ୍ଚଳରେ ମଧ୍ୟ ପ୍ରଚଳିତ। ବିଶ୍ୱାସ ରହିଛି ଯେ ଏପରି କାର୍ଯ୍ୟ କରିବା ଦ୍ୱାରା ଝିଅମାନଙ୍କୁ ଯଥାଚିତ ସମ୍ମାନ ମିଳିଥାଏ ଏବଂ ସମାଜରେ ସେମାନେ ନିଜର ଯୋଗ୍ୟତା ଲାଭ କରନ୍ତି l ଏପରିକି ଏହା କରିବା ଦ୍ୱାରା ସେମାନଙ୍କ ସୌନ୍ଦର୍ଯ୍ୟ ବଢେ ବୋଲି ମଧ୍ୟ କୁହାଯାଏ l ସେହିପରି ଏହି ପ୍ରଥା ବାଂଲାଦେଶର କେତେକ ଅଂଚଳରେ ମଧ୍ୟ ଦେଖାଯାଏ l ଏଠାରେ ଝିଅ ମାନଙ୍କୁ ତାଙ୍କ ବିବାହ ପୂର୍ବରୁ ତାଙ୍କ ଶରୀରର ଏକ ଅଙ୍ଗରେ ପରିବର୍ତ୍ତନ କରିବାକୁ ପଡିଥାଏ l ଶରୀରର ଏକ ଅଙ୍ଗକୁ କାଟିବାକୁ ପଡିଥାଏ l

ତେବେ ଏହି ପ୍ରଥା ମାନବିକ ଅଧିକାରର ଉଲ୍ଲଂଘନ କାରଣ ମହିଳାମାନେ ସେମାନଙ୍କ ବିନା ଅନୁମତିରେ ନିର୍ଯାତିତ ହୋଇଥାନ୍ତି l ଜିଭ କିମ୍ବା କାନ କାଟିବା ଭଳି ପ୍ରଥା କେବଳ ଶାରୀରିକ ଆଘାତ ନୁହେଁ ବରଂ ଭବିଷ୍ୟତରେ ମାନସିକ ଚାପ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ l ଏହି ପ୍ରଥାକୁ ବନ୍ଦ କରିବା ପାଇଁ ବିଭିନ୍ନ ମାନବ ଅଧିକାର ସଂଗଠନ ଏବଂ ଏନଜିଓ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି l ଏହି ସଂସ୍ଥାଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଏହି ଅନ୍ଧବିଶ୍ୱାସୀ ପ୍ରଥାଗୁଡ଼ିକ ବିଷୟରେ ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ଝିଅ ମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା l ଏହି ପ୍ରଥାକୁ ବନ୍ଦ କରିବା ପାଇଁ ଅନେକ ଦେଶରେ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି l

Comments are closed.