Latest Odisha News

ଧାମନଗର ଏନଏସି ଓ ଦୋବଲରୁ ଉଠିଲା ୧୬୩ ଧାରା

ଭୁବନେଶ୍ଵର: ଧାମନଗର ଏନଏସି ଓ ଦୋବଲରୁ ଉଠିଲା ୧୬୩ ଧାରା । ୧୨ ଦିନ ପରେ ସ୍ଥିତି ସ୍ବାଭାବିକ ହେବାରୁ ୧୬୩ ଧାରା ପ୍ରତ୍ୟାହୃତ କଲା ପ୍ରଶାସନ । ବିବାଦୀୟ ପୋଷ୍ଟକୁ ନେଇ ହୋଇଥିଲା ଅଶାନ୍ତି ।

ସୂଚନାଯୋଗ୍ୟ, ଆପତ୍ତିଜନକ ପୋଷ୍ଟକୁ ନେଇ ଗତ ସେପ୍ଟେମ୍ବର ୨୭ ତାରିଖରେ ଭଦ୍ରକ ଧାମନଗରରେ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ଭଦ୍ରକ ସନ୍ତିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତାରୋକ କରୁଥିବା ସମୟରେ ଖବର ପାଇ ଭଦ୍ରକ ସିଟି ଡ଼ିଏସପି ତହସିଲଦାର, ଟାଉନ ଓ ପୁରୁଣା ବଜାର ପୋଲିସ ପହଞ୍ଚି ବୁଝାସୁଝା କରି ସେମାନଙ୍କୁ ହଟିଯିବାକୁ ବାରଣ କରିଥିଲେ । ଏହାକୁ ନେଇ କିଛି ଉତ୍ୟକ୍ତ ଲୋକ ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ସହ ଟାଉନ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

ଆନ୍ଦୋଳନକାରୀମାନଙ୍କୁ ପୋଲିସ ଘଉଡେଇବାରୁ ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଢେଲାପଥର ମାରିଥିଲେ । ଫଳରେ ତିନି ଜଣ ପୋଲିସ ଅଧିକାରୀ ସହିତ ଆଉ କିଛି କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଧାମନଗର ଥାନା ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ବଳବତ୍ତର ରହିଥିଲା । ପରେ ସ୍ଥିତି ସୁଧୁରିବାରୁ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । ଆଜି ଲାଗୁ ହୋଇଥିବା ୧୬୩ ଧାରା ଉଠାଇଛି ପ୍ରଶାସନ ।

 

Leave A Reply

Your email address will not be published.