Latest Odisha News

BREAKING NEWS

୪୨ବର୍ଷ ପରେ ଠିକଣାରେ ପହଞ୍ଚିଲା ଚିଠି

ଦିନ ଥିଲା ଯେଉଁଠି ଚିଠିର ବହୁଳ ବ୍ୟବହାର ହେଉଥିଲା । ଚିଠିଟିଏ ପାଇବା ପାଇଁ ଲୋକମାନେ ଦୀର୍ଘଦିନ ଧରି ଅପେକ୍ଷା କରି ରହୁଥିଲେ । ଆଉ ସେପଟୁ ପ୍ରତି ଉତ୍ତର ପାଇବା ପାଇଁ ମଧ୍ୟ ଲୋକଙ୍କୁ ଚିଠି ଉପରେ ଭରସା କରିବାକୁ ପଡୁଥିଲା । ସେତେବେଳେ ଡାକବାଲ ଥିଲା ଅତି ଆପଣାର ଭରସାଯୋଗ୍ୟ ଲୋକ ଥିଲା । ତା’ ସାଇକେଲର ଘଣ୍ଟିି ବାଜିବା ମାତ୍ରେ ଅତି ପ୍ରିୟ ଲୋକର ଚିଠି ଆସିଛି ବୋଲି ସମସ୍ତେ ଭାବନ୍ତି । ଚିଠି ପାଇବା ପାଇବା ପାଇଁ ଲୋକେ ସପ୍ତାହେ ସପ୍ତାହେ ଧରି ଅପେକ୍ଷା କରି ରହୁଥିଲେ । ଟିକେ ଡେରି ହେଲେ ଡାକବାଲାକୁ ବାରବାର ପ୍ରିୟ ଲୋକର ଚିଠି ବିଷୟରେ ପଚାରି ବୁଝୁଥିଲେ । କିନ୍ତୁ ନିକଟରେ ଏପରି ଏକ ଚିଠି ମିଳିଛି ଯାହା ୪୨ବର୍ଷ ପରେ ତା’ ଠିକଣା ଲୋକଟି ପାଖରେ ପହଞ୍ଚିଛି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିିଛି ।

ଇଂଲଣ୍ଡର କ୍ୟାଣ୍ଟେରବେରୀ ନିକଟ ୱେଷ୍ଟଗେଟ ସ୍ଥିତ ରହୁଥିବା ସାମନ୍ଥା ୱିଲିୟମଙ୍କୁ ୪୨ବର୍ଷ ପରେ ଏକ ଚିଠି ମିଳିଛି । ଯାହାର ପ୍ରେରକ ଏବେ ରହସ୍ୟ ପାଲଟିଛନ୍ତି । କାରଣ ସାମନ୍ଥାଙ୍କୁ ଏହି ଚିଠି ପଠାଯାଇନାହିଁ । ଚିଠି ପଠାଇଥିବା ପ୍ରେରକ ଓ ଗ୍ରାହକ ଏବେ ଅଛନ୍ତି କି ନାହାନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ । ଚିଠି ଲେଖିଥିବା ପ୍ରେରକ ଜଣକ ହେଲେ ଅଷ୍ଟ୍ରେଲିଆ ନିବାସୀ ଗୈର । ସେ ୧୯୮୧ ଅଗଷ୍ଟ ୨୭ରେ ଏହି ଠିକଣାରେ ଏକ ଚିଠି ପଠାଇଥିଲେ ।

ଷ୍ଟିଭ ପ୍ୟାଜେଟଙ୍କ ନାମରେ ଏହି ପୋଷ୍ଟକାର୍ଡ ପଠାଯାଇଥିଲା । ୧୯୮୦ଦଶକରେ ଷ୍ଟିଭ ପରିବାର ଏଠାରେ ରହୁଥିବା ସାମନ୍ଥା ଅନୁମାନ କରୁଛନ୍ତି । ଚିଠିରେ ୩୫ଟି ସେଣ୍ଟର ଡାକ ଟିକେଟ ଲଗାଯାଇଛି । ଏତେବର୍ଷ ପରେ ମିଳିଥିବା ଚିଠିରେ କଣ ଲେଖାଯାଇଛି ତାହା ପଢି ହେଉନାହିଁ ବୋଲି ସାମନ୍ଥା କହିଛନ୍ତି । ତେବେ ଏହି ଚିଠି ଏତେବର୍ଷ ପରେ ଆସିଛି ନା ତାକୁ କିଏ ପୋଷ୍ଟବାକ୍ସରେ ଆଉଥରେ କିଏ ପକାଇ ଦେଇଛି ତାହା ଜାଣିବା ସନ୍ଦେହ ଘେରରେ ରହିଛି ।

Leave A Reply

Your email address will not be published.