Latest Odisha News

BREAKING NEWS

୬୪ ବର୍ଷ ପରେ ନିଜର ସ୍ବପ୍ନର ବିବାହ କଲେ ଦମ୍ପତ୍ତି: ଆଶୀର୍ବାଦ ଦେଲା ପୂରା ଇଣ୍ଟରନେଟ୍

ଅହମ୍ମଦାବାଦ: ୬୪ ବର୍ଷ ପୂର୍ବେ ଘଣୁ ପଳାଇ କରି କରିଥିଲେ ବିବାହ । ସାଧା ସିଧା ବିବାହରେ ନିଜର ନୂଆ ଜୀବନ ଆରମ୍ଭ କରିଥିଲେ ଦମ୍ପତି, ହେଲେ ଏବେ ୬୪ ବର୍ଷ ପରେ, ଜୀବନର ସମସ୍ତ ଦାୟିତ୍ବ ଏବଂ କର୍ତ୍ତବ୍ୟ ତୁଲାଇବା ପରେ, ଏବେ ନିଜର ସ୍ବପ୍ନରେ ଜୀବନକୁ ପୁଣି ଥରେ ବଞ୍ଚିଛନ୍ତି ଗୁଜୁରାଟର ଜଣେ ଦମ୍ପତ୍ତି । ଯାହାଙ୍କର ଭିଡିଓ, ଏବେକାର ଯୁବପିଢିଙ୍କୁ ଆକର୍ଷିତ କରିଥିବା ବେଳେ ପୁଣି ଥରେ ସେମାନେ ସମାଜଠୁ ଉର୍ଦ୍ଧ୍ବରେ ଯାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ଦମ୍ପତି । ଆଉ ଦେଖାଇଛନ୍ତି ପ୍ରେମ ଚିରନ୍ତନ, ସଚ୍ଚା ସାଥିଟିଏ ଥିଲେ ସବୁ ସ୍ବପ୍ନ ପୂରଣ ନିଶ୍ଚିତ ହେବ ।

ଏ କାହାଣୀର ନାୟକ ଏବଂ ନାୟିକା ହେଉଛନ୍ତି, ଗୁଜୁରାଟର ଅହମ୍ମଦାବାଦର ହର୍ଷଦ ଏବଂ ମୃଦୁ । ୬୪ ବର୍ଷ ପୂର୍ବେ ଘରୁ ପଳାଇ କରି ପରସ୍ପର ସହ ଜୀବନ ବିତାଇବାର ନିଷ୍ପତ୍ତି ନେଇଥିଲେ । ଆଉ ଏବେ ତାହା ଦୀର୍ଘ ୬୪ ବର୍ଷର ଯାତ୍ରାରେ ପରିରଣତ ହୋଇଛି । ଆଉ ୬୪ ତମ ବିବାହ ବାର୍ଷିକିରେ ପୁଣି ଥରେ ଏଇ ବୃଦ୍ଧ ଦମ୍ପତି, ସେମାନଙ୍କ ପିଲା ଏବଂ ନାତିନାତୁଣୀଙ୍କ ଦ୍ୱାରା ଆୟୋଜିତ ପ୍ରେମର ଏକ ହୃଦୟସ୍ପର୍ଶୀ ଉତ୍ସବ ସହିତ ନିଜର ସ୍ୱପ୍ନର ବିବାହରେ ବର କନ୍ୟା ସାଜିଛନ୍ତି ।

ତେବେ ସ୍କୁଲରେ ପଢିବା ବେଳରୁ ହିଁ ପରସ୍ପରକୁ ଭଲ ପାଉଥିଲେ ହର୍ଷଦ ଏବଂ ମୃଦୁ । କିନ୍ତୁ  ସେମାନଙ୍କର ଧର୍ମ ଅଲଗା ଅଲଗା ରହିଥିଲା । ଯେତେବେଳେ ସେମାନେ ପରସ୍ପରର ସମ୍ପର୍କ ବିଷୟରେ ପରିବାରକୁ ଜଣାଇଥିଲେ, ସେତେବେଳେ ମୃଦୁଙ୍କ ପରିବାର ଲୋକ ବିବାହ ପାଇଁ ରାଜି ହୋଇନଥିଲେ । କାରଣ, ଜାତିରେ ହର୍ଷଦ ଥିଲେ ଜଣେ ଜୈନ ପୁଅ ଏବଂ ମୃଦୁ ବ୍ରାହ୍ମଣ ଝିଅ । ତେଣୁ ଦୁହେଁ, ସେତେବେଳେ ସମାଜର ଏ ପରମ୍ପରାକୁ ଡେଇଁ, ୧୯୬୧ ମସିହାରେ ଏକ ସାହସିକ ନିଷ୍ପତ୍ତି ନେଇଥିଲେ । ଏବଂ ଘରେ ଏକ ଚିଠି ଛାଡି ପଳାଇ ଯାଇ ଏକ ନୂତନ ଜୀବନ ଆରମ୍ଭ କରିଥିଲେ ।

ହେଲେ ସେତେବେଳେ, ସେମାନଙ୍କର ବିବାହ ସରଳ ଥିଲା । ମୃଦୁଙ୍କ ଶାଢ଼ିର ମୂଲ୍ୟ ମାତ୍ର ୧୦ ଟଙ୍କା ଥିଲା । କୌଣସି ବାଜ ବାଣ ନଥିଲଊା, ନା ଉତ୍ସବ ମୁଖର ମାହୋଲ । ପୂରା ସାଧାସିଧା ଭାବରେ ବରଣମାଳା ପିନ୍ଧାଇ ମନ୍ଦିରରେ ବିବାହ କରିଥିଲେ ଦମ୍ପତି । ହେଲେ ଛଅ ଦଶନ୍ଧି ପରେ, ସେମାନଙ୍କ ପ୍ରେମ କାହାଣୀ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାରଣ ପୁଣି ଥରେ ୬୪ ବର୍ଷ ବିବାହ ବାର୍ଷିକିରେ, ସେମାନଙ୍କର ସ୍ବପ୍ନର ବିବାହକୁ ସତ କରିବା ପାଇଁ, ବଡ ଧୁମ୍ ଧାମରେ ବିବାହ ଆହୋଜନ କରିଥିଲେ ତାଙ୍କ ପରିବାର ଲୋକେ । ଆଉ ସମାଜର ପୁଣି ଏକ, ବଡ ଟାବୁକୁ ଦୂର କରି ଆଜି ପୁଣି ଥରେ ନିଜର ସ୍ବପ୍ନର ଜୀବନ ଜିଇଛନ୍ତି ଦମ୍ପତି ।

ଯାହାକୁ ନେଇ ପୂରା କୌତୁହଳିତ ହୋଇଛି ପୂରା ଇଣ୍ଟରନେଟ । କେହି କେହି, ଏହାକୁ ଦେଖି ମୁହ୍ୟରେ ହସ ଫୁଟିଗଲା ବୋଲି ଲେଖିଛନ୍ତି, ତ ଆଉ କେହି ପ୍ରଶ୍ନ କରିଛନ୍ତି କ’ଣ ଏହା ଆଜିର ସବୁଠୁ ବେଷ୍ଟ ଭିଡିଓ ନୁହେଁ? ଆଉ କେହି, ଏହା ହିଁ କାରଣ ମୁଁ ଏବେ ବି ପ୍ରେମରେ ବିଶ୍ୱାସ କରେ ବୋଲି ଲେଖିଛନ୍ତି । ଆଉ ସେମାନେ ସବୁଦିନ ଖୁସିରେ ରୁହନ୍ତୁ ବୋଲି କମେଣ୍ଟରେ ଭରି ଭରି ଆଶୀର୍ବାଦ ଦେିଛନ୍ତି ୟୁଜର୍ସ ।

Comments are closed.