କୁପୱାଡା: ୭୫ ବର୍ଷ ପରେ ପାଳନ ହେଲା ଦୀପାବଳି । ସାରା ଅଞ୍ଚଳରେ ଖେଳି ଯାଇଥିଲା ଆନନ୍ଦ । ବେଶ ଉତ୍ସାହର ସହ ସମସ୍ତେ ଲାଗି ଯାଇଥିଲେ । ଆମେ କହୁଛୁ ଏଲଓସି ନିକଟରେ ଥିବା ଶାରଦା ମନ୍ଦିର କଥା । ଏହା ଏମିତି ଏକ ମନ୍ଦିର, ଯେଉଁଠି ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଦୀପାବଳି ପାଳନ କରାଯାଇଥିଲା । ଏତେ ବର୍ଷ ପରେ ଏଠାରେ ଦୀପାବଳି ପାଳନ କରାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି ।
ମନ୍ଦିରଟି ଜମ୍ମୁକାଶ୍ମୀର ସୀମାରେ ରହିଛି । ସେବା ଶାରଦା କମିଟିର ଫାଉଣ୍ଡର ତଥା ମୁଖ୍ୟ ରବୀନ୍ଦ୍ର ପଣ୍ଡିତଙ୍କ କହିବା ଅନୁଯାୟୀ, ଏଠାରେ ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଦୀପବାଳି ପାଳନ କରାଯାଇଛି । ଶାରଦା ମନ୍ଦିର ପୂଜାରେ ୧୦୪ ବିଜୟ ଶକ୍ତି ବ୍ରିଗେଡ କମାଣ୍ଡର କୁମାର ଦସ ଏବଂ ସେବ ଶାରଦା କମିଟି ମୁଖ୍ୟ ରବୀନ୍ଦ୍ର ପଣ୍ଡିତ ଉପସ୍ଥିତ ଥିଲେ । ଏହି ଅବସରରେ ତ୍ରିଭୋଗନୀ ଗାଁର ଲୋକେ ବହୁ ସଂଖ୍ୟାରେ ମନ୍ଦିରରେ ଉପସ୍ଥିତ ଥିଲେ ।
ଦୀପାବଳିରେ ଏଠାରେ ସତ୍ୟନାରାୟଣ ପୂଜା କରାଯାଇଥିଲା । ଉପସ୍ଥିତ ଲୋକଙ୍କୁ ମିଠା ବଣ୍ଟା ଯାଇଥିଲା । ଏହି ଅବସରରେ ସ୍ଥାନୀୟ ତହସିଲଦାର, କାର୍ଯ୍ୟକର୍ତ୍ତା ସନ୍ଦୀପ ମାବା, ଶାରଦା ସମିତି ସଦସ୍ୟ ଅଜାଜ ଖାନ, ଇଫ୍ତିଖାର, ଅବସରପ୍ରାପ୍ତ କ୍ୟାପଟେନ ଇଲିୟାସ, ହାମିଦ ମିର ପ୍ରମୁଖ ଉପସ୍ଥିତ ଥିଲେ । ଟିଟବାଲ ସିଭିଲ ସୋସାଇଟି ପକ୍ଷରୁ କେକ ବି କଟା ଯାଇଥିଲା ।
ଏଠି କହିରଖିବୁ, ବିଭାଜନ ପୂର୍ବରୁ ଏଠାରେ ମନ୍ଦିର ଏବଂ ଗୁରୁଦ୍ୱାର ଥିଲା । ହେଲେ ୧୯୪୭ରେ ବିଭାଜନ ସମୟରେ ମନ୍ଦିର ଏବଂ ଗୁରୁଦ୍ୱାରକୁ ଜାଳି ଦେଇଥିଲେ । ସେହି ଦିନଠାରୁ ଏଠାରେ କେବେ ଦିବାଲି ପାଳନ କରାଯାଇ ନ ଥିଲା । ଶାରଦା ପୀଠ ଦେବୀ ସରସ୍ୱତୀଙ୍କ ପ୍ରାଚୀନ ମନ୍ଦିର ଅଟେ । ପାକ ଅଧିକୃତ କଶ୍ମୀରରେ ଶାରଦା ନିକଟ କିଶନଗଙ୍ଗା ନଦୀ (ନିଲମ ନଦୀ) କୂଳରେ ଏହା ଅବସ୍ଥିତ । ଏହି ମନ୍ଦିର ଉପରେ ଭାରତର ଅଧିକାର ରହିଛି । ପ୍ରାକୃତିକ ଶୋଭାରାଜିରେ ଭରପୂର ଏହି ଧର୍ମପୀଠର ଦୃଶ୍ୟ ଅତି ସୁନ୍ଦର । ମୁଜାଫରାବାଦଠାରୁ ଏହା ୧୪୦ କିମି ଦୂର ଏବଂ କୁପୱାଡାଠାରୁ ମାତ୍ର ୩୦ କିମି ଦୂର ।
ଡିସେମ୍ବର ୨୦୨୧ରେ ଏଠାରେ ପାରମ୍ପରିକ ରୀତିରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମେ ଏହି ମନ୍ଦିର ପାଇଁ ସେବା କମିଟି ଗଠନ କରାଯାଇଥିଲା । ଏହି କମିଟିରେ ହିନ୍ଦୁ, ମୁସଲମାନ, ଶିଖ, କାଶ୍ମୀର ପଣ୍ଡିତ ସମସ୍ତେ ସାମିଲ ହୋଇଥିଲେ । ଏହି ମନ୍ଦିର ଏଠାରେ ଏବେ ଭାଇଚାରାର ପ୍ରତୀକ ହୋଇ ଛିଡା ହୋଇଛି ।
Comments are closed.