Latest Odisha News

BREAKING NEWS

ବିବାହର ବର୍ଷକ ପରେ ନର୍ସଙ୍କ ଆତ୍ମହତ୍ୟା, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଗତକାଲି ଦୀପାବଳିରେ ସମସ୍ତେ ଯେତେବେଳେ ଆଲୋକର ପର୍ବକୁ ଏକାଠି ହୋଇ ଖୁସିରେ ପାଳନ କରୁଥିଲେ ସେତେବେଳେ ଜଣେ ନବବଧୂ ସମସ୍ତଙ୍କୁ ପରକରିବାକୁ ଯାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ପେଶାରେ ଜଣେ ନର୍ସ ଥିଲେ। ବର୍ଷେ ହେବ ବିବାହ କରିଥିଲେ। ଏବେ ସେ ଆତ୍ମହତ୍ୟା କାହିଁକି କଲେ ସେ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ତାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ରାଜଧାନୀ ଉପକଣ୍ଠ କଳିଙ୍ଗ ନଗର କେ ନାଇନରେ ଏପରି ଏକ ଅଘଟଣ ଘଟିଛି।

ମୃତକଙ୍କ ବାପ ଘର ଲୋକେ କହିଛନ୍ତି, ଗତକାଲି ଝିଅର ଦେହ ଭଲ ନାହିଁ ବୋଲି ପରିବାର ଲୋକେ ଫୋନ୍ କରିଥିଲେ। ଆଉ ଝିଅକୁ ତାର ଶାଶୂ ଘର ଲୋକେ ଭୁବନେଶ୍ବର ଏମ୍ସକୁ ଆଣିଥିଲେ। ହେଲେ ନିଆଳିରୁ ଯାଇ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଝିଅର ମୃତ ଶରୀର। ଝିଅ ପାଖରେ କେବଳ ତାର ଶାଶୂ ଥିଲେ। ଆଉ ଜ୍ବାଇଁ ଏବଂ ଶ୍ବଶୂର ନଥିଲେ। ଏବେ ତାଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇପାରୁନି। ଝିଅ ଚାକିରି କରିଥିବାର ପଇସା ଦେବାକୁ ଚାପ ରହିଥିଲା ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଉ ଚାପ ସହିନପାରି ଝିଅ ଏପରି ଏକ ବାଟ ଆପଣାଇଛି ବୋଲି ଅଭିଯୋଗ କରିଛନ୍ତି। ଆଉ ମୃତ୍ୟୁର ପ୍ରମାଣ ନଷ୍ଟ କରିବାକୁ ଝିଅର ଶାଶୂ ଘର ଲୋକେ ଭରପୁର ପ୍ରୟାସ କରିଥିବା ଦାବି କରିଛନ୍ତି। ତମାଣ୍ଡୋ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ମସିହା ଜାନୁଆରୀ ୨୦ ତାରିଖରେ ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ ନୂଆ ଗାଁ ଗୋବିନ୍ଦପୁରଠାରେ ବାହା ହୋଇଥିଲେ। ପ୍ରବୀଣ ପ୍ରଥମେ ମାଇନ୍ସରେ କାମ କରୁଥିଲେ। ଏବେ ସେ ପାଣି ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଝିଅ ସୁଶ୍ରୀ ସଙ୍ଗୀତା ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ।

Comments are closed.