Latest Odisha News

ସିନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ: ଦୀପା, ପ୍ରଣତୀ, ରାକେଶଙ୍କ ଉପରେ ନଜର

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ କରିବା ପରେ ଏବେ ସିନିୟର ଜାତୀୟ ଚାମ୍ପିୟନଶିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଓଡିଶା ଜିମ୍ନାଷ୍ଟିକ୍ସ ଆସୋସିଏଶନ, ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ ଇଣ୍ଡିଆ ଓ ଓଡିଶାର କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ମିଳିତ ଭାବେ ଏହାକୁ ଆୟୋଜନ କରୁଛନ୍ତି । ଜାନୁୟାରୀ ୨ରୁ ୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିୟନଶିପରେ ଦେଶରେ ନାମୀ ଦାମୀ ଖେଳାଳି ଯୋଗଦେବେ । ସେମାନଙ୍କ ମଧ୍ୟରେ ଅଲିମ୍ପିଆନ ପ୍ରଣତୀ ନାୟକ ଓ ଦୀପା କର୍ମାକାର ମଧ୍ୟ ସାମିଲ । ଅନ୍ୟମାନଙ୍କ ମଧ୍ୟରେ ଯୋଗେଶ୍ୱର ସିଂ, ରାକେଶ ପାତ୍ର, ତପନ ମହାନ୍ତି, ସୈଫ ଟାମ୍ବୋଲି, ଗୌରବ କୁମାରଙ୍କ ପରି ପ୍ରତିଭାବାନ ଖେଳାଳି ମଧ୍ୟ ଏହି ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି ।

ଓଡିଶା ଏମ/ଏନଏସର ମୂଖ୍ୟ କୋଚ ଅଶୋକ ମିଶ୍ର ପ୍ରସ୍ତୁତି ଏହି ଚାମ୍ପିୟନଶିପ ସଫଳତାର ସହ ଆୟୋଜିତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଦୀପାଙ୍କ କୋଚ cବିଶେଶ୍ୱର ନନ୍ଦୀ କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଂଟର ଆନ୍ତର୍ଜାତୀୟସ୍ତରର ବୋଲି କହିଛନ୍ତି । ଏହି ପ୍ରତିଯୋଗିତାରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।

Comments are closed.