ମୁମ୍ବାଇ: ଚଳିତ ବର୍ଷ ଆରମ୍ଭରେ ଭାରତର ଲୋକପ୍ରିୟ ଗାୟକ ଅରିଜିତ ସିଂ ପ୍ଲେ ବ୍ୟାକ ସିଙ୍ଗିଙ୍ଗରୁ ଅବସର ନେବେ ବୋଲି ଘୋଷଣା କରିଥିଲେ । ଯାହାକି ପ୍ରଶଂସକଙ୍କୁ ନିରାଶ କରିଥିଲା । ଏବେ ସଙ୍ଗୀତକାର ଓ ଗାୟକ ପ୍ରୀତମ ମଧ୍ୟ ଏ ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି । ସେ ତାଙ୍କ ଜନ୍ମଦିନରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ମେନଷ୍ଟ୍ରିମ ମ୍ୟୁଜିକରୁ ବ୍ରେକ ନେବା ପାଇଁ ମନ କରୁଛି । ଏକ କଳାଧଳା ଫଟୋରେ ସେ ଚିନ୍ତା କରୁଥିବା ଦେଖିବାକୁ ମିଳୁଛି । ଜୀବନକୁ କିଛି ଅଲଗା ଢ଼ଙ୍ଗରେ ଜୀଈବାକୁ ଚାହଁଛି ।
ସବୁବେଳେ ଯେଉଁ ଭଳି ବଂଚିବାକୁ ଚାହୁଁଥିଲି ତାହା ବୋଧହୁଏ ମୋ ହାତମୁଠାରୁ ଖସି ଯାଇଛି । ଏବେ ସେଥିପ୍ରତି ଧ୍ୟାନ ଦେବାକୁ ଚାହୁଁଛି ଯାହାକୁ ମୁଁ ପୂର୍ବରୁ ଗୁରୁତ୍ୱ ଦେଉ ନ ଥିଲି । ଜବ ୱି ମିଟ, ବର୍ଫି, ୟେ ଜୱାନୀ ହେ ଦିୱାନୀ ଓ ଦଙ୍ଗଲ ଭଳି ଫିଲ୍ମରେ ସେ ମ୍ୟୁଜିକ ଦେଇଛନ୍ତି । ସେ କେଉଁ କାରଣ ପାଇଁ ଦୂରେଇ ଯିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି । ନିଜର ସଙ୍ଗୀତ ବଳରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
