Latest Odisha News

BREAKING NEWS

ଏସିଆ କପ ପରେ ଏବେ ଟିମ ଇଣ୍ଡିଆର ନଜର ଏହି ସିରିଜ ଉପରେ

ନୂଆଦିଲ୍ଲୀ: ଏସିଆ କପ ଫାଇନାଲରେ ପାକିସ୍ତାନ ହରାଇ ଭାରତ ଚାମ୍ପିୟନ ହୋଇଛି । ଏହା ପରେ ଟିମ ଇଣ୍ଡିଆ ତାର ପରବର୍ତୀ ଆନ୍ତର୍ଜାତୀୟ ମୁକାବିଲା ଉପରେ ନଜର ପକାଇବା ଆରମ୍ଭ କରିଛି । ଅକ୍ଟୋବର ୨ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ଟେଷ୍ଟ ସିରିଜ ଖେଳିବ । ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଦଳ ନୂଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିଥିଲା । ଗିଲଙ୍କୁ ଏହି ସିରିଜ ପାଇଁ ପୂନର୍ବାର ଅଧିନାୟକ ନିଯୁକ୍ତ କରାଯାଇଛି । ଘରୋଇ ପରିବେଶରେ ଗିଲଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନ କିପରି ରହୁଛି ସେଥିପ୍ରତି ସମସ୍ତଙ୍କ ନଜର ରହୁଛି ।

ଅକ୍ଟୋବର ୨ରୁ ଅହମ୍ମଦାବାଦରେ ପ୍ରଥମ ଏବଂ ପରେ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ମ୍ୟାଚର ସିଧା ପ୍ରସାରଣ ଷ୍ଟାର ନେଟୱର୍କରେ କରାଯିବ । ଷ୍ଟାର ସ୍ପୋର୍ଟ୍ସରେ ଭିନ୍ନ ଭିନ୍ନ ଭାଷାରେ ଏହାର କଂମେଟ୍ରି କରାଯିବ । ଏସିଆ କପରେ ଭାରତ ୩ ଥର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଥିଲା । ସମସ୍ତ ମ୍ୟାଚରେ ଟିମ ଇଣ୍ଡିଆ ବିଜୟ ହାସଲ କରି ପ୍ରଶଂସକଙ୍କୁ ଦଶହରା ଭେଟି ଦେଇଛି ।

Comments are closed.