Latest Odisha News

BREAKING NEWS

‘ଆୟ୍ମଷ୍ମାନ ଭାରତ’ ପରେ ‘ପିଏମ ଶ୍ରୀ’କୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଅସହମତି!

ଭୁବନେଶ୍ୱର: ସ୍ବାସ୍ଥ୍ୟ ପରେ ଶିକ୍ଷାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅସହମତି! ରାଜ୍ୟରେ ପିଏମ ଶ୍ରୀ (ପିଏମ ସ୍କୁଲସ ଫର ରାଇଜିଂ ଇଣ୍ଡିଆ) ଯୋଜନା ଲାଗୁ କରାଯାଉଛି। ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଓ ୧୬୦୦ କୋଟି ଟଙ୍କା ମିଳିବ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରିନାହାନ୍ତି। କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଯାହାକି କେନ୍ଦ୍ର-ରାଜ୍ୟ ମଧ୍ୟରେ ପିଏମଶ୍ରୀ ଯୋଜନାକୁ ନେଇ ସହମତି ହୋଇପାରୁନଥିବାର ଇସାରା ଦେଇଛି। ପୂର୍ବରୁ କେନ୍ଦ୍ରର ଆୟ୍ମଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହମତି ହୋଇପାରୁନଥିବା ବେଳେ ଏବେ ଏହି କ୍ରମରେ ପିଏମଶ୍ରୀ ଯୋଜନା ଯୋଡିବାକୁ ଯାଉଛି ବୋଲି ସୂଚନା ରହିଛି।

ଏବେ ପିଏମ ଶ୍ରୀ ଯୋଜନାରେ ଓଡ଼ିଶାକୁ ଆସିବ ୮ଶହ ସ୍କୁଲ ଓ ମିଳିବ ୧୬ଶହ କୋଟି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।ସାରା ଦେଶରେ ମୋଟ୍ ୧୪ ହଜାର ୫୦୦ରୁ ଅଧିକ ସ୍କୁଲକୁ ଏହି ପିଏମ ଶ୍ରୀ ଯୋଜନାରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର।

ଏହି ଯୋଜନା ଅଧିନରେ ସିଧାସଳଖ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ଆଶା କରାଯାଉଛି । ଏହି ପ୍ରକଳ୍ପର ମୋଟ ମୂଲ୍ୟ ୨୭ ହଜାର ୩୬୦ କୋଟି ଟଙ୍କା ହେବ ଏବଂ ଏହା ୫ ବର୍ଷ ମଧ୍ୟରେ ସମ୍ପୁର୍ଣ୍ଣ ହେବ । ଏଥିପାଇଁ କେନ୍ଦ୍ର ସରକାର ୧୮ ହଜାର ୧୨୮ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ।

ଅନ୍ୟପଟେ ରାଜ୍ୟ ସରକାର 5ଟି ଅଧୀନରେ ଅନେକ ସ୍କୁଲର ଭିତ୍ତିଭୂମୀ ପରିବର୍ତ୍ତନ କରିଛନ୍ତି । ଆଗକୁ ଅନେକ ସ୍କୁଲ ମଧ୍ୟ 5ଟି ଅଧୀନରେ ରୂପାନ୍ତରିତ ହେବ। ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ 5ଟି ସ୍କୁଲକୁ ଗୋଟିଏ ମଡେଲ ବୋଲି ଦର୍ଶାଇବାକୁ ରାଜ୍ୟ ସରକାର ଅହରହ ପ୍ରୟାସ କରୁଛନ୍ତି।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷା ଏବଂ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଉଛନ୍ତି। ଆୟ୍ମଷ୍ମାନ ଭାରତ ଯୋଜନା ଜରିଆରେ ଗରିବ ଲୋକଙ୍କ ମାଗଣା ଚିକିତ୍ସା ପାଇଁ କେନ୍ଦ୍ର ସରକାର ଜୋର ଦେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ଲୋକଙ୍କ ସ୍ୱାସ୍ଥ୍ୟସେବା ଉପରେ ଜୋର ଦେଇଛନ୍ତି। ହେଲେ ରାଜ୍ୟ ସରକାର ରାଜି ହେଉନଥିବାରୁ କେନ୍ଦ୍ର ସରକାରଙ୍କ ଆୟ୍ମଷ୍ମାନ ଭାରତ ଯୋଜନା ଲାଗୁ ହୋଇପାରୁନି। ଯାହାକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ମାନେ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଲାଗୁ କରିବାକୁ ଦାବି କରୁଥିବା ବେଳେ ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟ ସମାନ ଦାବି କରି ଆସୁଛନ୍ତି। ଏପରି ସ୍ଥିତିରେ ଯେଉଁଭଳି ଭାବେ ଆୟ୍ମଷ୍ମାନ ଭାରତକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି ସେହିଭଳି ଭାବେ କେନ୍ଦ୍ରର ପିଏମ ଶ୍ରୀ ଯୋଜନାକୁ ଏମଓୟୁ ନକରି ରାଜ୍ୟରେ ଆଗକୁ ବଢିବାକୁ ସୁଯୋଗ ଦେବାକୁ ରାଜ୍ୟ ସରକାର ଚାହୁଁନଥିବା ଆଭାସ ମିଳୁଛି।

 

 

 

Comments are closed.