ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଳକର ଢୁଙ୍କାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣିଆପଲ୍ଲୀ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ିଶା ପୋଲିସର ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ଫୋନ କରି ନିଜର ଦୁଃଖ ଜଣାଇବା ପରେ ଦେହରେ ନିଆଁ ଲଗାଇ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୀତାରାମ ପାଢ଼ିଙ୍କ ସ୍ତ୍ରୀ ହରପ୍ରିୟା ପାଢି ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ଫୋନ କରିଥିଲେ । ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଫୋନ୍ରେ କହିଥିଲେ । ଫୋନ ପାଇବା ପରେ ପୋଲିସ ବିଭାଗ ତରଫରୁ ତ୍ବରିତ ପଦକ୍ଷେପ ନିଆଯାଇଥିଲା । ଏନେଇ ପୋଲସରା ଥାନାକୁ ଅବଗତ କରାଯିବା ସହ ତୁରନ୍ତ ହରପ୍ରିୟାଙ୍କୁ ରକ୍ଷା କରିବା ପାଇଁ କୁହାଯାଇଥିଲା। ପୋଲସରା ପୋଲିସର ଏକ ଟିମ୍ ସଙ୍ଗେସଙ୍ଗେ ହରପ୍ରିୟାଙ୍କ ଘରେ ପହଞ୍ଚିଥିଲା। ହରପ୍ରିୟା ପୂର୍ବରୁ ଦେହରେ କିରୋସିନି ଢାଳି ପ୍ରସ୍ତୁତ ହୋଇଥିଲେ। ପୋଲିସ ପହଞ୍ଚିବା କ୍ଷଣି ଦେହରେ ନିଆଁ ଲଗାଇ ଦେଇଥିଲେ। ହାବିଲଦାର ଧନୁର୍ଜୟ ପାତ୍ର ଓ ହରପ୍ରିୟାଙ୍କ ସ୍ବାମୀ ସିତାରାମ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲେ । ପ୍ରଥମେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲଇଛି। ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ ଘଟଣାର ତଦନ୍ତ ଚାଲିଥିବା ପୋଲିସ ପ୍ରକାଶ କରିଛି। ତାହା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି।
BREAKING NEWS
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
- କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
- ‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
- ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ
- କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…
- ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା
Comments are closed.