କଟକ: ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା। ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି। ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ। ମୂଲ୍ୟାୟନ ପାଇଁ ବିଭିନ୍ନ ବିଷୟର ପ୍ରାୟ ୧୫ ହଜାର ବରିଷ୍ଠ ସଵଜେକ୍ଟ ଏକ୍ସପର୍ଟଙ୍କୁ ନିୟୋଜିତ କରିଥିୱା ବୋର୍ଡ। ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି ଓ ମଧ୍ୟମା ଖାତା ଦେଖା ଇତିମଧ୍ୟରେ ଶେଷ ହୋଇସାରିଥିବାର ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।
ଅନ୍ୟପକ୍ଷରେ ଦୁଇଟି ଜିଲ୍ଲାରୁ ଉତ୍ତରଖାତା ବୁଧବାର ପହଞ୍ଚିଥିବାର ସୂଚନା ମିଳିଛି। ମାଟ୍ରିକ୍ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତରଖାତା ମୂଲ୍ୟାୟନ ଲାଗି ରାଜ୍ୟରେ ୧୩ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ଅଛନ୍ତି। ମାଟ୍ରିକ୍, ଏସ୍ଓଏସ୍ସି ଓ ମଧ୍ୟମା ପରୀକ୍ଷା ମିଶି ଚଳିତ ବର୍ଷ ଚଳିତ ରାଜ୍ୟରେ ୫ ଲକ୍ଷ ୪୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୧୦୦ ନମ୍ବର ବିଶିଷ୍ଟ ପରୀକ୍ଷାରୁ ୫୦ ନମ୍ବର ବିଶିଷ୍ଟ ଅବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଓଏମ୍ଆର ସିଟ୍ରେ ଥିବାରୁ ତାହା ମୂଲ୍ୟାୟନ ଶେଷ ହୋଇସାରିଛି।
ସବ୍ଜେକ୍ଟିଭ୍ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା। ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ପାଇଁ ପ୍ରତିଦିନ ଶିକ୍ଷକମାନେ ଖାତା ଦେଖିସାରିବା ପରେ ବୋର୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ଲିଙ୍କ୍ରେ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ୍ ହୋଇଛି। ମାଟ୍ରିକ୍ ପରୀକ୍ଷା ଫଳ ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇଁ ବୋର୍ଡ ସମୟ ଧାର୍ଯ୍ୟ କରିଛି।
Comments are closed.