Latest Odisha News

BREAKING NEWS

ପରୀକ୍ଷା ହଲରୁ ବାହାରିବା ପରେ ପ୍ରେମିକାକୁ ଲହୁଲୁହାଣ କଲା ପ୍ରେମିକ

ରାୟଗଡା: ପ୍ରେମିକାକୁ ପ୍ରେମିକର ମରଣାନ୍ତକ ଆକ୍ରମଣ। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁମୁଡାଠାରେ ଥିବା ଦ୍ରୌପଦୀ ଜୁନିୟର କଲେଜରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗୁମୁଡା କଲେଜରେ +୨ ପରୀକ୍ଷା ଚାଲିଥିଲା। ପରୀକ୍ଷା ସରିବା ପରେ ବାହାରକୁ ବାହାରିଥିଲେ ପରୀକ୍ଷାର୍ଥୀ ନିହାରିକା ମହାନ୍ତି (୧୯)। ଏହାପରେ ପ୍ରେମିକ ତାଙ୍କୁ କଲେଜ ସାମ୍ନାରେ ଆକ୍ରମଣ କରି ଗୁରୁତର କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ କେ ଶ୍ରିନୁ ରାଓ (୨୮)। ଉଭୟଙ୍କ ଘର ବିଷମକଟକ ବୋଲି ଜଣାପଡିଛି।

ପରୀକ୍ଷା ଦେଇ ବାହାରିବା ପରେ ଉଭୟ ପ୍ରେମୀ ଯୁଗଳ କିଛି ସମୟ ବାର୍ତ୍ତାଳପ କରିଥିଲେ। ଏହାପରେ ହଠାତ ପ୍ରେମିକ ଜଣଙ୍କ ପ୍ରେମିକା ନିହରିକାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ନିହାରିକାଙ୍କ ବେକକୁ କାଟି ଦେଇଥିବାରୁ ପ୍ରବଳ ରକ୍ତ ବାହାରି ଯାଇଛି। ନିହରିକା ଗୁରୁତର ହେବାପରେ ତାଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଅଭିଯୁକ୍ତ ଜଣଙ୍କ କହିଛି ଯେ ତାର ପ୍ରେମିକା ଅନ୍ୟପୁଅଙ୍କ ସହ ମିଶୁଥିଲା। ହେଲେ ସେ ଏହାକୁ ଗ୍ରହଣ କରିପାରେ ନାହିଁ। ଏପରି ନକରିବାକୁ ସେ ବାରଣ କରିଥିଲା। କିନ୍ତୁ ପ୍ରେମିକା ନମାନିବାରୁ ବାଧ୍ୟ ହୋଇ ଗଳା କାଟିବାକୁ ଉଦ୍ୟମ କରିଥିଲା ବୋଲି କହିଛି।

 

 

 

 

Comments are closed.