Latest Odisha News

ବଞ୍ଚିଥିବାବେଳେ ଏଡାଇ ଦେଲେ, ମୃତ୍ୟୁ ପରେ ପ୍ରେମୀ ଯୁଗଳଙ୍କ ପ୍ରତିମୂର୍ତ୍ତିର ବିବାହ କରାଇଲେ ପରିବାର ଲୋକେ

ତାପି(ଗୁଜରାଟ): କୁହାଯାଏ ପ୍ରେମ ଶାଶ୍ୱତ..ପ୍ରେମ ସ୍ୱର୍ଗୀୟ.. ।  ପ୍ରେମ ପାଖରେ ଦେବା-ନେବାର କ୍ଷୁଦ୍ର ମାନସିକତା ନ ଥାଏ । ନିରୋଳା ପ୍ରେମ ଦୁଇ ଆତ୍ମାର ବନ୍ଧନ । ପ୍ରେମ ପାଖରେ ଜୀବନ ଛୋଟ ହୋଇଯାଏ ..ମୃତ୍ୟ ପାଲଟିଯାଏ ମହାନ । ଏକଥା ଆମେ କହୁନୁ, ଏକଥା ପ୍ରମାଣ କରି ଯାଇଛନ୍ତି ଏଇ ପ୍ରେମୀ ଯୁଗଳ । ମୃତ୍ୟୁ ଏମାନଙ୍କ ପ୍ରେମକୁ କରି ଦେଇଛି ଅମର । ପ୍ରେମ ପାଇଁ ଜୀବନ ହାରିଥିଲେ, ଆଜି ସେମାନଙ୍କ ପ୍ରତିମୂର୍ତ୍ତିର ବିବାହ କରାଇ ପରିବାର ଲୋକେ ସେମାନଙ୍କ ମୃତ୍ୟୁକୁ ଅମର କରି ଯାଇଛନ୍ତି ।

ଘଟଣାଟି ଘଟଛି ଗୁଜରାଟର ତାପି ଅଞ୍ଚଳରେ । ପରିବାର ଲୋକେ ଏମାନଙ୍କ ସମ୍ପର୍କକୁ ଗ୍ରହଣ କରୁ ନ ଥିଲେ । ଏପରିକି ବିବାହକୁ ମଧ୍ୟ ବିରୋଧ କରୁଥିଲେ । ପ୍ରେମୀ ଯୁଗଳ ନିଜ ପ୍ରେମକୁ ବଞ୍ଚାଇବା ପାଇଁ ଏକାସାଥୀରେ ଜୀବନ ହାରିଦେଇଥିଲେ । ଫିଲ୍ମ ଷ୍ଟାଇଲରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ପରିସ୍ପରକୁ ଆଲିଙ୍ଗନ କରି ମୃତ୍ୟୁକୁ ହସି ହସି କୋଳେଇ ନେଇଥିଲେ ଏହି ପ୍ରେମୀ ଯୁଗଳ । ଉଭୟଙ୍କ ଶବ ଗୋଟିଏ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏ ଘଟଣା ୬ ମାସ ତଳର । ସନ୍ତାନଙ୍କୁ ହରାଇବା ପରେ ଏବେ ପରିବାର ଲୋକେ ନିଜ ଭୁଲ ବୁଝି ପାରିଛନ୍ତି । ଜୀବିତ ଅବସ୍ଥାରେ ସିନା ସେମାନଙ୍କ ପ୍ରେମକୁ ଗ୍ରହଣ କରି ନ ଥିଲେ । ହେଲେ ମୃତ୍ୟୁ ପରେ ସେମାନଙ୍କ ପ୍ରେମକୁ ବୁଝି ପାରିଥିଲେ । ତେଣୁ ସେମାନଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ସେମାନଙ୍କ ପ୍ରତିମୂର୍ତ୍ତିର ବିବାହ କରାଇଛନ୍ତି ।

ପୁରା ଘଟଣା ଥିଲା ଏମିତି । ୨୦୨୨ରେ ନେବାଲା ଗ୍ରାମର ରଞ୍ଜନାଙ୍କୁ ପତ୍ନୀ ଭାବେ ଗ୍ରହଣ କରିଥିଲେ ଗଣେଶ ।ନିଜ ଘରକୁ ବି ଆଣିଥିଲେ । ହେଲେ ପରିାବର ଲୋକେ ଏମାନଙ୍କ ସମ୍ପର୍କକୁ ଅଗ୍ରାହ୍ୟ କରି ଦେଇଥିଲେ । ଏପରିକି ଉଭୟଙ୍କୁ ଘରୁ ବାହାର କରି ଦେଇଥିଲେ । ଏହାର କିଛ ସମୟ ପରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ମୃତ୍ୟୁ ପରେ ଏମାନଙ୍କର ପ୍ରତିମୂତ୍ତିର ବିବାହ କରାଇ ସେମାନଙ୍କ ଆତ୍ମାକୁ ଶାନ୍ତି ଦେବାପାଇଁ ଚାହିଁଥିଲେ ।

ତେଣୁ ଉଭୟଙ୍କର ପ୍ରତୀକାତ୍ମକ ବିବାହ କରାଇଥିଲେ । ବରଯାତ୍ରୀ ବାହାରିଲେ । ବରକନ୍ୟା ସାତ ଫେରେ ବି ନେଲେ । ଉଭୟଙ୍କର ବିବାହ ଆଦିବାସୀ ପରମ୍ପରା ଅନୁସାରେ ହୋଇଥିଲା । ଝିଅର ଦାଦା ଭୀମ ସିଂହଙ୍କ କହିବା ଅନୁଯାୟୀ, ପୁଅ ଆମର ଦୂର ସମ୍ପର୍କୀୟ ହେବ  । ତେଣୁ ଆମେ ଏହି ବିବାହକୁ ବିରୋଧ କରୁଥିଲୁ । ହେଲେ ଆମେ ଜାଣି ନ ଥିଲୁ ସେମାନେ ଏପରି ପଦକ୍ଷେପ ନେବେ ବୋଲି । ଯାହା ବି ହେଉ, ସେମାନଙ୍କର ଆତ୍ମାର ସଦଗତ ପାଇଁ ଆମେ ସେମାନଙ୍କର ବିବାହ କରାଇଛୁ ।

Leave A Reply

Your email address will not be published.