Latest Odisha News

BREAKING NEWS

ମହାନତା ଦେଖାଇଲେ ନବୀନ ନନ୍ଦ: ପୁଅର ମୃତ୍ୟୁ ପରେ ବୋହୂର କରାଇଲେ ଦ୍ୱିତୀୟ ବିବାହ

ଭୁବନେଶ୍ୱର: ‘ଆଜିର ଦନଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ । ମୁଁ ଭୁଲ କରୁଛି କି ଠିକ କରୁଛି, ଜାଣେନି । କିନ୍ତୁ ହିନ୍ଦୁ ରୀତିନୀତି ଓ ପରମ୍ପରାରୁ ବାହାରକୁ ଯାଇ ମୋ ବୋହୂର ଦ୍ୱିତୀୟ ବିବାହ କରାଇଛି ।’ ନିଜ ବୋହୂକୁ ଝିଅ ପରି ଶାଶୂ ଘରକୁ ବିଦା କଲାବେଳେ ଏମିତି ଭାବବିହ୍ୱଳ ହୋଇ କହିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ ।  

ବ୍ରାହ୍ମଣ ପରିବାରରେ ବୋହୂର ୨ୟ ବିବାହ କରାଇବା ନିଶ୍ଚିତ ଭାବେ ଏକ ଉଦାର  ମାନସିକତାର ପରିଚୟ । ଯାହା ଆଜି କରି ଦେଖାଇଛନ୍ତି ଏଇ ପୂର୍ବତନ ବିଧାୟକ। ନବୀନଙ୍କ ବଡପୁଅ ସମ୍ବିତ (ସୋମୁ)ଙ୍କର ଅକାଳ ବିୟୋଗ ପରେ ବୋହୂ ମଧୁସ୍ମିତା (ସୀମା)ଙ୍କୁ ଝିଅ ପରି ସ୍ନେହ ଦେଉଥିଲେ ନବୀନଙ୍କ ପରିବାର । ଶେଷରେ  ଗତକାଲି ଜାତୀୟ ବାଳିକା ଦିବସରେ ତାଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି ।

ଏ ନେଇ ଶ୍ରୀ ନନ୍ଦ କହିଛନ୍ତି, ମଧୁସ୍ମିତାଙ୍କ ପରିବାରଙ୍କର ସେ ମତାମତ ଲୋଡିଥିଲେ । ତାଙ୍କର ବାପା ନୀଳମଣି ପଣ୍ଡା ସମ୍ମତି ପ୍ରକାଶ କରିବା ପରେ ବୋହୂର ବିବାହ ବାଲେଶ୍ୱର ଜିଲ୍ଲା ରେମୁଣା ନିବାସୀ ସ୍ୱର୍ଗତ କିଶୋରଚନ୍ଦ୍ର ପତିଙ୍କର ଏକମାତ୍ର ପୁତ୍ର ଶିବଚନ୍ଦନଙ୍କ ସହ କରାଇଛନ୍ତି । 

ଗତକାଲି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିର ପରିସରରେ ଅତି ନିରାଡମ୍ବର ଭାବେ ଏହି ବିବାହ ସମ୍ପନ୍ନ ହୋଇଯାଇଛି । ବିବାହ ଉତ୍ସବରେ ଶ୍ରୀ ନନ୍ଦ ଓ ତାଙ୍କ ପତ୍ନୀ ରଞ୍ଜିତାଙ୍କ ସହ   ବୋହୂ ସୀମାଙ୍କ ଦୁଇ ଭାଇ ସୗେମ୍ୟରଞ୍ଜନ ଓ ରଶ୍ମୀରଞ୍ଜନ ଉପସ୍ଥିତ ଥିଲେ ।

ନୀବନ ନନ୍ଦ ପଞ୍ଚାୟତ ସ୍ତରରୁ ତାଙ୍କର ରାଜନୖେତିକ କ୍ୟାରିଅର ଆରମ୍ଭ କରିଛନ୍ତି । ସେ ୪ଟି ନିର୍ବାଚନ ଲଢିଥିବାବେଳେ ୨ ଥର ଗନ୍ଦିଆ ଏବଂ ଢେଙ୍କାନାଳରୁ ବିଧାୟକ ଭାବେ ଜିତିଛନ୍ତି । ସେ ପ୍ରଥମେ ବିଜେଡିରେ ଥିବାବେଳେ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୨୧ ଅକ୍ଟୋବରରେ ସେ କଂଗ୍ରେସ ମଧ୍ୟ ଛାଡି ଦେଇଥିଲେ ।

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ୨୦୨୧ରେ ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମିତ ହେବା ପରେ  ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ଫଳରେ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.