Latest Odisha News

BREAKING NEWS

ଏମିତି ମନ୍ଦିର ଯେଉଁଠି ଭୋଗରେ ଫଳ ନୁହେଁ ଦିଆଯାଏ କାନ୍ଥ ଘଣ୍ଟା

ଭୋପାଳ: ଭିନ୍ନ ଲୋକ, ଭିନ୍ନ ଭାଷା, ଭିନ୍ନ ଚେହେରା, ଭିନ୍ନ ପରମ୍ପରା ଏହା କୈାଣସି ନୂଆ କଥା ନୁହେଁ । କିନ୍ତୁ ଯେତେବେଳେ ଭଗବାନଙ୍କ କଥା ଆସେ ସେତେବେଳେ ପୂଜା ପଦ୍ଧତି ପସନ୍ଦ ଅନୁଯାୟୀ ପରିବର୍ତ୍ତନ ହୁଏ ନାହିଁ । ପ୍ରତ୍ୟେକ ଧର୍ମରେ ଈଶ୍ୱରଙ୍କ ଉପାସନାର ଏକ ନିୟମ ରହିଛି ଏବଂ ସମସ୍ତେ ଏହାକୁ ମାନିଥାନ୍ତି । ବିଶେଷକରି ହିନ୍ଦୁ ଧର୍ମରେ ପୂଜାପାଠ ଏବଂ ନୈବେଦ୍ୟର ବହୁତ ଗୁରୁତ୍ୱ ରହିଥାଏ  । ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଠାକୁରଙ୍କୁ ଭୋଗରେ ଅନ୍ୟ କିଛି ନୁହେଁ, କାନ୍ଥ ଘଣ୍ଟା ଅର୍ପଣ କରାଯାଇଥାଏ । ଭଗବାନଙ୍କୁ ଘଣ୍ଟା ଅର୍ପଣ କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ଉତ୍ତରପ୍ରଦେଶର ଜୋନପୁର ନିକଟରେ ରହିଛି ବ୍ରହ୍ମାବାବାଙ୍କ ମନ୍ଦିର । କୁହାଯାଏ, ଏହି ମନ୍ଦିରରେ ଭକ୍ତ ଯାହା ମାଗିଥାଏ ତାର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହା ବ୍ୟତୀତ ଏହି ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଏଠାରେ ପୂଜାରେ ପ୍ରସାଦ ନୁହେଁ ଘଣ୍ଟା ଭୋଗ ଦିଆଯାଏ । ଏହା ପୁଣି ସମ୍ପୂର୍ଣ୍ଣ ବିଧିବିଧାନ ସହିତ ।

ଘଣ୍ଟାର କାର୍ଯ୍ୟ କେବଳ ସମୟ କହିବା ନୁହେଁ ବରଂ ଘଣ୍ଟା ମଧ୍ୟ ଆପଣଙ୍କୁ ଭଲ ସମୟ ଦେଇପାରେ  । ଏହି କଥା ଆମେ କହୁନାହୁଁ, ବରଂ ଉଜ୍ଜୟିନୀଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ସଗସ ଭୈରବ ମନ୍ଦିରରେ ଘଣ୍ଟା ବାନ୍ଧୁଥିବା ଭକ୍ତମାନେ ଏହା କହିଥାନ୍ତି। ମନ୍ଦିରଟି ଘଡି ୱାଲେ ବାବା ନାମରେ ମଧ୍ୟ ପ୍ରସିଦ୍ଧ । ଏଠାରେ ଘଣ୍ଟା ବାନ୍ଧିବା ପାଇଁ ଭକ୍ତମାନେ ଅନେକ ଦୂରରୁ ଆସିଥାନ୍ତି । ବିଶ୍ୱାସ ରହିଛି  ଯେ ଘଣ୍ଟା ବାନ୍ଧିବା ଦ୍ୱାରା ମାନସିକ ପୂରଣ ହୁଏ ।

ଗାଁର ବାସିନ୍ଦାମାନେ କୁହନ୍ତି ଯେ ଆଜକୁ ୩୦ବର୍ଷ ପୂର୍ବେ ବ୍ରହ୍ମା ବାବାଙ୍କ ଏହି ମନ୍ଦିରରେ ଜଣେ ଟ୍ରକ୍ ଡ୍ରାଇଭର ଡ୍ରାଇଭିଂ ଶିଖିବାକୁ ମାନସିକ ମାଗିଥିଲେ । ମାନସିକର କିଛି ଦିନ ପରେ ସେ ଗାଡି ଚଳାଇବା ଶିଖିଲେ ଏବଂ  ସେ ମନ୍ଦିର କାନ୍ଥରେ ଏକ  ଘଣ୍ଟା ବାନ୍ଧିଥିଲେ ।  ସେବେଠାରୁ ଏହା  ଏକ ପରମ୍ପରା ପାଲଟିଛି | ଏହି ପରମ୍ପରା ହେତୁ ଲୋକମାନେ ଏହାକୁ ଗାଡି ବାବାଙ୍କ ମନ୍ଦିର ବୋଲି ମଧ୍ୟ କହିଛନ୍ତି।   ଗତ କିଛି ବର୍ଷ ଧରି ଲୋକମାନେ ନିରନ୍ତର ମନ୍ଦିରକୁ ଆସୁଛନ୍ତି। ଯାହାର ମାନସିକ ପୂରଣ ହୁଏ, ସେହି ଭକ୍ତମାନେ ଏକ ଘଣ୍ଟା ବାନ୍ଧି ଯାଇଥାନ୍ତି  । ଯେଉଁମାନେ ମାନସିକ ରଖିଥାନ୍ତି ସେମାନେ ମଧ୍ୟ ଘଣ୍ଟା ବାନ୍ଧିଥାନ୍ତି ।ଘଣ୍ଟାର ଟିକ୍ ଟିକ ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଭିଥାଏ । ଯେତେବେଳେ ଲୋକମାନେ ଏହି ରାସ୍ତା ଦେଇ ଯାଆନ୍ତି, ସେମାନେ ମଧ୍ୟ ଟିକ୍ ଟିକ ଶବ୍ଦ ଶୁଣିଥାନ୍ତି ।

Leave A Reply

Your email address will not be published.