Latest Odisha News

ଭାରତରେ ୪ଟି ନୂଆ ଷ୍ଟୋର ଖୋଲିବ ଆପଲ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢୁଛି ଆପଲ ଆଇଫୋନ୍‌ ବ୍ୟବହାରୀଙ୍କ ସଂଖ୍ୟା l ବ୍ୟବସାୟ ବି ବେଶ ଭଲ ହେଉଛି l ବ୍ୟବସାୟରେ ଉନ୍ନତି ଦେଖି ଏକ ଗୁରୁତ୍ୱ ପୁର୍ଣ ନିଷ୍ପତି ନେଇଛି ଆପଲ । ଆଇଫୋନ୍ ନିର୍ମାଣ ଠାରୁ ଆରମ୍ଭ କରି ଏହାର ବିକ୍ରି ଉପରେ ବେଶ୍‌ ଗୁରୁତ୍ବ ଦେଉଛି କମ୍ପାନି। ଏବେ କମ୍ପାନି ଆଇଫୋନ୍ ୧୬ ସିରିଜ୍‌ର ସମସ୍ତ ଫୋନ୍‌କୁ ଭାରତରେ ହିଁ ନିର୍ମାଣ କରିବାର ଯୋଜନା କରିଛି। ସେଥିପାଇଁ କମ୍ପାନୀ ଭାରତରେ ୪ଟି ନୂତନ ଷ୍ଟୋର ଖୋଲିବା ନେଇ ଯୋଜନା କରୁଛି l

ଗତବର୍ଷ ଏପ୍ରିଲ ମାସରେ ଆପଲ ଭାରତରେ ତା’ର ପ୍ରଥମ ୨ଟି ଷ୍ଟୋର ଦିଲ୍ଲୀର ସକେତ ଏବଂ ମୁମ୍ବାଇର ବିକେସି ଠାରେ ଖୋଲିଥିଲା। ଏବେ ନୂଆ ଷ୍ଟୋରକୁ ନେଇ କମ୍ପାନି ଏକ ବିବୃତ୍ତି ଜାରି କରିଛି l କମ୍ପାନୀ କହିଛି, ଖୁବ୍‌ ଶୀଘ୍ର ଆମେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଆଇଫୋନ ୧୬ ପ୍ରୋ ଏବଂ ଆଇଫୋନ ୧୬ ପ୍ରୋ ମ୍ୟାକ୍ସ ମଧ୍ୟ ଆଣିବ। ଭାରତର ପୁନେ, ବେଙ୍ଗାଲୁରୁ, ଦିଲ୍ଲୀ ଏନସିଆର ଏବଂ ମୁମ୍ବାଇରେ ଆପଲର ନୂତନ ଷ୍ଟୋର ଖୋଲାଯିବାର ଯୋଜନା ରହିଛି । ୨୦୨୪ରେ ପ୍ରଥମ ଥର ଆପଲ ସବୁ ଆଇଫୋନ ସିରିଜକୁ ଭାରତରେ ନିର୍ମାଣ କରୁଛି। ଯେଉଁଥରେ ଟପ୍‌ ମଡେଲ ଆଇଫୋନ ୧୬ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ରହିଛି। ଆଉ ଏହା ଲଞ୍ଚ ଦିନ ଠାରୁ ହିଁ ଉପଲବ୍ଧ ହୋଇଛି। ବର୍ତ୍ତମାନ ଦେଶରେ କମ୍ପାନିର ୩ ହଜାର କର୍ମଚାରୀ ରହିଛନ୍ତି। ଯାହା ନୂଆ ଷ୍ଟୋର ସହ ଆଗକୁ ଆହୁରି ବଢ଼ିବ।

 

Leave A Reply

Your email address will not be published.