ଭୁବନେଶ୍ୱର: ବିଆରଏସରୁ ମୁହଁ ଫେରାଉଛନ୍ତି ନେତା । ଓଡ଼ିଶାରେ ଦଳଗଠନକୁ ନେଇ ବିଆରଏସର ଆଭିମୁଖ୍ୟକୁ ଦେଖିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ ପରେ ଏବେ ଜୟରାମ ପାଙ୍ଗିଙ୍କ ପାଳି । ଜୟରାମ ଏବେ କଂଗ୍ରେସକୁ ପୁଣି ଫେରିବାକୁ ଚାହୁଁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୪ ନିର୍ବାଚନ ପୂର୍ବରୁ ସେ କଂଗ୍ରସକୁ ଫେରିବାକୁ ଚାହୁଁଥିବା ଜଣାଯାଇଛି ।
ମିଡିଆକୁ ବାର୍ତ୍ତା ଦେଇ ପାଙ୍ଗି କହିଛନ୍ତି, ଏ ନେଇ ସେ ଜାତୀୟସ୍ତର କଂଗ୍ରେସ ନେତାଙ୍କ ସହ ସମ୍ପର୍କରେ ଅଛନ୍ତି । ଏ ସଂକ୍ରାନ୍ତ ଶୀଘ୍ର ନିଷ୍ପତ୍ତି ନେବେ । ତେବେ ତାଙ୍କରବ ବିଜେପି କିମ୍ବା ବିଜେଡି ସହ ମିଶିବା ନାହିଁ ବୋଲି କହିଛନ୍ତି ।
ସୂଚନାଥାଉ କି, ବିଜେଡି କୋରାପୁଟ ଲୋକସଭା ଆସନରୁ ବିଜେଡି ଟିକେଟରେ ୨୦୦୯ରେ ଜିତିଥିଲେ । ପରେ ୨୦୧୭ ମେ’ ୯ରେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ତେବେ ୨୦୧୯ ନିର୍ବାଚନାରେ ସେ ସେହି ନିର୍ବାଚନ ମଣ୍ଡଳୀରୁ ହାରିଥିଲେ । ଏଥିସହିତ ପାଙ୍ଗି ପଟ୍ଟାଙ୍ଗି ବିଧାନସଭା ଆସନରୁ ଲଢି ଚାରିଚାରି ଥର ଜିତିଥିଲେ ।
ଏହା ପୂ୍ବରୁ ଜୟପୁର ବିଧାୟକ ତାରା ବାହିନୀପତି ମଧ୍ୟ ପୁରୁଣା ନେତାଙ୍କ ଘର ବାହୁଡା ସମ୍ପର୍କରେ ସୂଚନା ଦେଇଥିଲେ ।
ସୂଚନାଥାଉ କି, ୯ ଥର ଲୋକସଭା ଆସନରୁ ଜିତିଥିବା ଗିରିଧର ଗମାଙ୍ଗ କଂଗ୍ରେସକୁ ଫେରୁଥିବା ନେଇ ସୂଚନା ଦେଇଥିଲେ । ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହ ପ୍ରଦେଶ କଂଗ୍ରେସ କମିଟି ସଭାପତି ଥିଲେ । ଏପରିକି ସେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ ହେଁ ସେ ସୋନିଆ ଗାନ୍ଧି ଏବଂ କଂଗ୍ରେସ ହାଇ କମାଣ୍ଡଙ୍କ ବିରୋଧରେ ପଦୁଟିଏ ବି କହିନାହାନ୍ତି । ତେଣୁ ସେ କଂଗ୍ରେସକୁ ଫେରି ପାରନ୍ତି । ଏଥିସହିତ ଜୟରାମ ପାଙ୍ଗି ମଧ୍ୟ କଂଗ୍ରେସରେ ମିଶିବା ପାଇଁ ଆଗ୍ରହୀ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ କୋରାପୁଟର ପୂର୍ବତନ ବିଧାୟକ କୃ୍ଷ୍ଣଚନ୍ଦ୍ର ସଗରିଆ ୨୦୧୯ରେ ଦଳରୁ ନିଲମ୍ବିତ ହେବା ପରେ ଦଳ ଛାଡିଥିଲେ । ସେ ମଧ୍ୟ କଂଗ୍ରେସକୁ ଫେରୁଛନ୍ତି । ଏ ବିଷୟରେ ସେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ଏବଂ ତାଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।
ଏପଟେ ଓପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଅନ୍ୟ ଦଳରୁ କଂଗ୍ରେସକୁ ଆସିବାକୁ ଚାହୁଁଥିବା ନେତାଙ୍କୁ ଆମେ ସ୍ୱାଗତ କରିବୁ । ଏପରିକି କଂଗ୍ରେସ ଛାଡୁଥିବା ନେତା ବି ଯଦି ପ୍ରତ୍ୟାବର୍ତ୍ତନ କରିବେ ତାଙ୍କୁ ମଧ୍ୟ ସ୍ୱାଗତ କରିବୁ ।
Comments are closed.