Latest Odisha News

BREAKING NEWS

ସନ୍ତାନ ଜନ୍ମ ଦେଲେ ପୁରୁଷ: ମାଆ ସମ୍ବୋଦନକୁ ଗ୍ରହଣ କରୁନାହାନ୍ତି

ନ୍ୟୁୟର୍କ: ଦୁଇ ବର୍ଷ ପୂର୍ବେ ଜଣେ ପୁରୁଷ ଏକ ସନ୍ତାନ ଜନ୍ମ ଦେଇଥିଲେ । ଏହାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଚର୍ଚ୍ଚାକୁ ଆସିଥିଲେ । ପରେ ଲୋକେ ତାଙ୍କୁ ପିଲାର ମାଆ ବୋଲି ସମ୍ବୋଦନ କରିଥିଲେ । ଏବେ ଡ଼ାନି ୱାକଫିଲ୍ଡ ନାମକ ଜଣେ ବ୍ୟକ୍ତି ସନ୍ତାନ ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତିି । କିନ୍ତୁ ସେ ପିଲା ଜନ୍ମ ଦେବା ପରେ ତାଙ୍କୁ ମାଆ ସମ୍ବୋଦନ କରିବାରୁୁ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି ମୁଁ ଜଣେ ମାଆ କିମ୍ବା ମହିଳା ନୁହେଁ, କେବଳ ମୁଁ ଜଣେ ବ୍ୟକ୍ତିବିଶେଷ ।

ନ୍ୟୁୟର୍କର ବାସିନ୍ଦା ଡାନି ୱାକଫିଲ୍ଡ । ସେ ନିଜକୁ ଟ୍ରାନ୍ସଜେଣ୍ଡର ବୋଲି ପରିଚୟ ଦେଇଥାନ୍ତି । ଡାନି ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାର ଏକ ଭିଡିଓ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ନିକଟରେ ଡ଼ାନିଙ୍କୁ ଏକ ଟିଭି ଶୋ’ରେ ଡକାଯାଇ ମା ’ବୋଲି ସମ୍ବୋଧନ କରାଯିବା ପରେ ସେ କ୍ରୋଧିତ ହୋଇଥିଲେ ।
ସେ କହିଥିଲେ , ମୁଁ ଜଣେ ମାଆ ଭାବରେ ପରିଚିତ ନୁହେଁ । ସନ୍ତାନ ଜନ୍ମ କରିବା ପାଇଁ ମାଆ ଶବ୍ଦ ରହିବା ନିହାତି ଆବଶ୍ୟକ କି ବୋଲି ପ୍ରଶ୍ନ ଉଠାଇଥିଲେ । ଶୋ’ର ହୋଷ୍ଟ୍ କହିଥିଲେ ଯେ, ଅନେକ ସମୟରେ ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର । ପୁରୁଷ ଓ ମହିଳା ସ୍ୱତନ୍ତ୍ର ପରିଚିତି ପାଉଥିବା ବେଳେ ଗୋଟିଏ ଚେହେରା ଭିତରେ ଉଭୟ ପୁରୁଷ ଏବଂ ମହିଳାର ରୂପରେଖ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଲକ୍ଷାଧିକ ଘଟଣା ଭିତରେ ଏଭଳି ବ୍ୟତିକ୍ରମ ବେଳେବେଳେ ଦେଖିବାକୁ ମିଳେ ।
ଡ଼ାନି ଆହୁରି କହିଛନ୍ତି ଯେ, ସେ ପୁରୁଷ ବୋଲି ସ୍ପଷ୍ଟ କରିଛନ୍ତି ଡ଼ାକ୍ତର । ଅର୍ଥାତ୍ ତାଙ୍କର ବ୍ୟକ୍ତିଗତ ଅଙ୍ଗ ପୁରୁଷଙ୍କ ଭଳି । କିନ୍ତୁ ବୟସ ବଢିବା ସହିତ ନିଜ ଭିତରେ ସେ ଜଣେ ମହିଳାଙ୍କ ଅନୁଭବ ପାଉଥିôଲେ ।
ଏହା ପ୍ରଥମ ଘଟଣା ନୁହେଁ । ଆମେରିକାର ଲସ ଆଞ୍ଜେଲସରେ ରହୁଥିବା ଟ୍ରାନ୍ସଜେଣ୍ଡର ବେନେଟ କାସପର୍ ୱିଲିୟମ୍ସ ମଧ୍ୟ କିଛି ମାସ ପୂର୍ବରୁ ଏକ ସନ୍ତାନ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।

Comments are closed.