Latest Odisha News

BREAKING NEWS

ଐଶ୍ଚର୍ଯ୍ୟାଙ୍କ ପ୍ରତି ବିବାଦୀୟ ବୟାନ ଦେବା ପରେ କ୍ଷମା ମାଗିଲେ ରଜାକ

କରାଚୀ: ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ଭାରତର ଲୋକପ୍ରିୟ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟଙ୍କ ପ୍ରତି ଅଭଦ୍ର ଟିପ୍ପଣୀ ଦେବା ପାକିସ୍ତାନ କ୍ରିକେଟର ଅବଦୁଲ ରଜାକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିଜ ଦେଶରେ ମଧ୍ୟ ସମାଲୋଚିତ ହେବା ପରେ ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି କାହାର ଭାବନାକୁ ଆଘାତ ପଂହଚାଇବା ମୋର ଉଦ୍ଦେଶ୍ୟ ନ ଥିଲା । ମୁଁ ଯାହା କହିଲି ତାହା ଆଦୌ ଗ୍ରହଣୀୟ ନୁହେଁ । ମୁଁ ସମସ୍ତଙ୍କୁ ଏ ନେଇ କ୍ଷମା ମାଗୁଛି , ଆପଣମାନେ ମୋତେ କ୍ଷମା କରି ଦିଅନ୍ତୁ ।

ମୁଁ ଯାହା କହିବା ପାଇଁ ଚାହୁଁଥିଲି ତାହାର ଉଦାହରଣ ଦେବାକୁ ଯାଇ ଏ ଭଳି ଭୁଲ କରି ବସିଲି ବୋଲି କହିଛନ୍ତି । ରଜାକ କହିବା ବେଳେ ଶାହୀଦୀ ଆଫ୍ରିଦି ପାଖରେ ବସି ତାଳି ମାରିଥିବା ଦେଖିବାକୁ ମିଳିଥିଲା । ସେ ମଧ୍ୟ ରଜାକଙ୍କ କଥା ନ ବୁଝି ତାଳି ମାରିଥିବା ନେଇ କ୍ଷମା ପ୍ରାର୍ଥନା କରି ସାରିଛନ୍ତି । ଚଳିତ ଦିନିକିଆ ବିଶ୍ୱକପରେ ଅଭିଯାନ ଶେଷ କରିବା ପରେ ପାକିସ୍ତାନ ଖେଳାଳିଙ୍କ ବିବାଦୀୟ ବୟାନ ଜାରୀ ରହିଛି ।

Comments are closed.