Latest Odisha News

BREAKING NEWS

ଜିଓ ପରେ ଏୟାରଟେଲ ବଢ଼ାଇଲା ମୋବାଇଲ୍ ଟାରିଫ ଦାମ

ନୂଆଦିଲ୍ଲୀ: ଜିଓ ପରେ ୩ ଜୁଲାଇରୁ ନିଜ ମୋବାଇଲ ରିଚାର୍ଜ ପ୍ଲାନର ଦାମ୍ ବୃଦ୍ଧି କରିବାକୁ ଯାଉଛି ଏୟାରଟେଲ୍ । ଏନେଇ ସୂଚନା ଦେଇଛି ଭାରତୀ ଏୟାରଟେଲ୍।ଏହାର ମୋବାଇଲ୍ ରେଟ୍‌ରେ ୧୦ରୁ ୨୧ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ଏହି ବର୍ଦ୍ଧିତ ମୋବାଇଲ୍ ଶୁଳ୍କ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ। ଏହା ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ମୋବାଇଲ୍ ଫୋନର ହାରକୁ ପ୍ରଭାବିତ କରିବ ଏବଂ ଯୋଜନାଗୁଡିକ ମହଙ୍ଗା ହେବ।

ସବୁଠୁ ଗୁରୁତ୍ୱପର୍ଣ୍ଣ କଥା ହେଉଛି ୫ଜି ସିମ୍ ତଥା ମୋବାଇଲ ଚଳାଉଥିବା ଗ୍ରାହକଙ୍କୁ ଦିନକୁ ଅତି କମରେ ୨ ଜିବି ଅବା ତାଠାରୁ ଅଧିକ ଡାଟା ପାଇଁ ରିଚାର୍ଜ କରିବାକୁ ପଡିବ । ନଚେତ ସେମାନେ ଅନଲିମିଟେଡ୍ ଡାଟା ବ୍ୟବହାର କରିପାରିବେ ନାହିଁ । ତେବେ ଉତ୍ତମ ନେଟଓ୍ବର୍କ ଓ ସେବା ପ୍ରଦାନ କରିବା ପାଇଁ ପ୍ରତି ଗ୍ରାହକଙ୍କଠୁ ହାରାହାରି ୩୦୦ ଟଙ୍କା ଆୟ ଜରୁରି ବୋଲି କମ୍ପାନୀ ସୂଚନା ଦେଇଛି । ଏହି ବୃଦ୍ଧି ବହୁତ କମ୍, ପ୍ରତିଦିନ ଅନୁସାରେ ୭୦ ପଇସାରୁ ମଧ୍ୟ କମ୍ ବୋଲି କହିଛି କମ୍ପାନୀ।

ନୂଆ ସଂଶୋଧିତ ଶୁଳ୍କ ଅନୁଯାୟୀ ଏୟାରଟେଲର ୨୮ ଦିନର ଭ୍ୟାଲିଡିଟିର ୧୭୯ ଟଙ୍କା ଶସ୍ତା ଯୋଜନା ବର୍ତ୍ତମାନ ୧୯୯ ଟଙ୍କା ହେବ। ସେହିପରି ୮୪ ଦିନର ଭ୍ୟାଲିଡିଟି ସହିତ ୪୫୫ ଟଙ୍କା ଯୋଜନା ୫୦୯ ଟଙ୍କା ହେବ। ୩୬୫ ଦିନର ଭ୍ୟାଲିଡିଟି ସହିତ ପ୍ରିପେଡ୍ ଯୋଜନା, ଯାହାର ହାର ୧୭୯୯ ଟଙ୍କା ଥିଲା, ତାହା ୧୯୯୯ ଟଙ୍କାକୁ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ ଯେ, ମୋଦୀ ସରକାରଙ୍କ ତୃତୀୟ ପାଳି ସରକାର ଗଠନ ପରେ ହୁ ହୁ ହୋଇ ବଢ଼ି ଚାଲିଛି ଦର ଦାମ। ଗତକାଲି ଜିଓ ତାର ରିଚାର୍ଜ୍ ଦର ଦମ୍ ବୃଦ୍ଧି କରିଛି।

Leave A Reply

Your email address will not be published.