Latest Odisha News

ନସରାଲ୍ଲାହ ପରେ ସିନୱାର ବି ମୃତ !

ଗାଜା: ଗାଜାରେ ଏବେ ଇସ୍ରାଏଲ ପକ୍ଷରୁ କ୍ରମାଗତ ଆକ୍ରମଣ ଜାରୀ ରହିଛି । ଏକ ଅପରେଶନରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଏବେ ଇସ୍ରାଏଲ ସେନା ଏହି ଆତଙ୍କବାଦୀମାନଙ୍କ ମଧ୍ୟରେ ହମାସ ଚିଫ ୟାହ୍ୱା ସିନୱାର ରହିଥିବା କହିଛି । ସିନୱାର ମୃତ୍ୟୁବରଣ କରିଛନ୍ତି କି ନାହିଁ ତାର ତଦନ୍ତ ଜାରୀ ରହିଛି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଘଟାଇଥିବା ନାରକୀୟ କାଣ୍ଡର ମାଷ୍ଟରମାଇଣ୍ଡ ସିନୱାର ଥିଲେ । ଅବଶ୍ୟ ସେପ୍ଟମ୍ବର ୨୧ରେ ମଧ୍ୟ ହମାସ ଚିଫ ମୃତ୍ୟୁବରଣ କରିଥିବା ଖବର ପ୍ରକାଶ ପାଇଥିଲା ଯାହା ପଛରେ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା ।

ହମାସର ଆତଙ୍କବାଦୀମାନେ ବନ୍ଧକମାନଙ୍କୁ ମାନବ ଢ଼ାଲ ଭାବେ ବ୍ୟବହାର କରୁଥିବାରୁ ଅପରେଶନ ଶେଷ ହେବାରେ ବିଳମ୍ବ ଘଟୁଛି ବୋଲି ଇସ୍ରାଏଲର ଜଣେ ସେନା ଅଧିକାରୀ କହିଛନ୍ତି । ଇସ୍ରାଏଲ ଏବେ ଏକକାଳୀନ ହମାସ, ହିଜବୁଲ୍ଲା, ହୂcତି ବିଦ୍ରୋହୀ ଓ ଇରାନ ସହ ଏକତ୍ର ଲଢ଼େଇ କରୁଛି । ନସରାଲ୍ଲାହ ପରେ ଯଦି ପ୍ରକୃତରେ ସିନୱାରଙ୍କ ମୃତ୍ୟୁ ଘଟିଥିବା ତେବେ ଏହା ଆଇଡିଏଫର ବଡ ସଫଳତା ଭାବେ ବିବେଚନା କରାଯିବ । ଇରାନ ଉପରେ ଇସ୍ରାଏଲ କେଉଁ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.