Latest Odisha News

ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା କରୋନା ପଜିଟିଭ

ନୂଆଦିଲ୍ଲୀ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହେଉଥିବା ସିରିଏଲ୍ ଗୁମ୍‌ ହୈ କିସିକେ ପ୍ୟାର୍‌ ମୈ ଆକ୍ଟର ନୀଲ ଭଟ୍ଟ କରୋନା ସଂକ୍ରମିତ ହେବା ପରେ ଏବେ ନୀଲ୍‌ଙ୍କ ସହ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଉଭୟଙ୍କର କ‌ୌଣସି ଗମ୍ଭୀର ଲକ୍ଷଣ ନଥିବା କୁହାଯାଇଛି।

ଦୁହେଁ ବର୍ତ୍ତମାନ ନିଜକୁ ସଂଙ୍ଗରୋଧରେ ରଖିଛନ୍ତି। ଗତ ସପ୍ତାହରେ ଅଭିନେତା ନୀଲ୍‌ ଭଟ୍ଟଙ୍କ କରୋନ ପଜିଟିଭ ରିପୋର୍ଟ ଆସିବା ପରେ ସୁଟିଂ ଅଧାରୁ ଅଟକି ଯାଇଥିଲା।

ଅଭିନେତ୍ରୀ ଐଶ୍ବର୍ଯ୍ୟା ଶର୍ମାଙ୍କ ସହିତ କ୍ରୁର ଅନ୍ୟ ସଦସ୍ୟମାନେ ମଧ୍ୟ ଡାକ୍ତରଙ୍କ ପରାମର୍ଶରେ ନିକଜୁ ସଙ୍ଗରୋଧରେ ରଖିଛନ୍ତି। ଏହା ସହ କୋଭିଡ୍‌ ପ୍ରୋଟୋକଲ୍ ଅନୁଯାୟୀ ସେଟ୍‌କୁ ସାନିଟାଇଜ ମଧ୍ୟ କରାଯାଇଥିବା ସୂଚନା ମିଳିଛି।

Comments are closed.