Latest Odisha News

ବିଶ୍ୱକପ ପରେ କୋଚ ପଦ ଛାଡି ପାରନ୍ତି ଡ୍ରାଭିଡ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଅକ୍ଟୋବର ୫ରୁ ଆରମ୍ଭ ହେବ । ତୃତୀୟ ଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ଟିମ ଇଣ୍ଡିଆ ଓହ୍ଲାଇବ । ଏଥିପାଇଁ ଟିମର ଘୋଷଣା ମଧ୍ୟ ହୋଇସାରିଛି । ମିଡିଆ ରିପୋର୍ଟ୍ସ ଅନୁସାରେ ବିଶ୍ୱକପ ପରେ ମୂଖ୍ୟ କୋଚ ରାହୁଲ ଡ୍ରାଭିଡ ତାଙ୍କ ପଦ ଛାଡି ପାରନ୍ତି । ବିସିସିଆଇ ଭାରତୀୟ ଟିମକୁ ଚାମ୍ପିୟନ ଭାବେ ଦେଖିବାକୁ ଚାହୁଁଛି । ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଏହା ସଫଳ ନ ହେଲେ ସେ ହଟିବା ଏକପ୍ରକାର ନିଶ୍ଚିତ । ଏହାକୁ ଦେଖି ଡ୍ରାଭିଡ ମଧ୍ୟ ଟିମ ଚାମ୍ପିୟନ ହେଉ କିମ୍ବା ନାହିଁ ଆଗୁଆ ବିଶ୍ୱକପ ପରେ ଓହରିଯିବା ପାଇଁ ଘୋଷଣା କରିବେ । ଏହା ଦ୍ୱାରା ତାଙ୍କ ସମ୍ମାନ ମଧ୍ୟ ବଂଚି ରହିବ । ବିସିସିଆଇ ଇଂଲଣ୍ଡ ଟିମର ପନ୍ଥ୍‌ାକୁ ଅନୁସରଣ କରି ଏବେ ଟେଷ୍ଟ ଏବଂ ସୀମିତ ଓଭର ମୁକାବିଲା ଅଲଗା କୋଚ ଓ ଟିମର ବିଚାର ମଧ୍ୟ କରୁଛ ି ।

ଯଦି ଏହା ହୁଏ ତେବେ ଡ୍ରାଭିଡ ଟେଷ୍ଟ କୋଚ ଭାବେ ଆଉ କିଛି ଦିନ ରହି ପାରନ୍ତି । ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ହେବାକୁ ଥିବାରୁ ଦିନିକିଆ ବିଶ୍ୱକପ ପରେ ବିସିସିଆଇ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେବ । ୨୦୦୭ ଦିନିକିଆ ବିଶ୍ୱକପରେ ଭାରତର ଖରାପ ପ୍ରଦର୍ଶନ ନେଇ କୋଚ ଗ୍ରେଗ ଚ୍ୟାପେଲ ଇସ୍ତଫା ଦେଇଥିବା ବେଳେ ଡ୍ରାଭିଡଙ୍କ ଅଧିନାୟକ ଦକ୍ଷତା ନେଇ ପ୍ରଶ୍ନ ଉଠିଥିଲା । ୨୦୨୧ ଟି୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀଙ୍କୁ ମଧ୍ୟ କୋଚ ପଦରୁ ହଟିବାକୁ ପଡିଥିଲା ।

Comments are closed.