Latest Odisha News

BREAKING NEWS

ବିମାନ ବନ୍ଦରରେ ହଜିଗଲା ପାସପୋର୍ଟ, ଫେରିପାରିଲେନି ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA)ରେ ଜଣେ ଭାରତ ବୁଲିବାକୁ ଆସିଥିବା ବିଦେଶୀ ନାଗକିକ ମୋବାଇଲ୍ ଏବଂ ପାସପୋର୍ଟ ହଜାଇ ଦେବାରୁ ବଡ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏହି ପ୍ରବାସୀ ଅଷ୍ଟ୍ରେଲିଆ ନାଗରିକମାନେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସହରରେ ରହୁନ୍ତି।

ଜାନୁଆରୀ ୨୨ରେ, ସେମାନେ ବୁଲିବାକୁ ଆସିଥିବା ସମୟରେ ବିମାନବନ୍ଦରରେ ଯାଞ୍ଚ ବେଳେ ତାଙ୍କ ପାସପୋର୍ଟ ଏବଂ ମୋବାଇଲ୍ ଫୋନ୍ ହଜାଇ ଦେଇଥିଲେ। ଏହାପରେ ନିର୍ଦ୍ଦାରିତ ବିମାନରେ ଚଢି ପାରିନଥିଲେ। ତେଣୁ ଅଷ୍ଟ୍ରେଲିଆ ଫେରିପାରି ନାହାନ୍ତି। ଏମାନଙ୍କ ନାମ ଡାକ୍ତର ରମେଶ ନାୟକ, ତାଙ୍କ ପତ୍ନୀ ଏବଂ ତାଙ୍କର ଦୁଇ ଛୁଆ।

ଚାରି ବର୍ଷ ପରେ କର୍ଣ୍ଣାଟକର ଆସିଥିଲେ ତାଙ୍କ ପରିବାରକୁ ଭେଟିବା। ଜାନୁଆରୀ ୨୨ରେ ସେମାନେ କଲମ୍ବୋ ଦେଇ ମେଲବୋର୍ଣ୍ଣକୁ ଉଡ଼ୁଥିବା ଶ୍ରୀଲଙ୍କା ଏୟାରଲାଇନ୍ସର ବିମାନରେ ଅଷ୍ଟ୍ରେଲିଆକୁ ଫେରିବାର ଥିଲା। ତେବେ ପାସପୋର୍ଟ ହଜିଯିବାରୁ ଏବଂ ବିଳମ୍ବ ହେତୁ ସେ ବିମାନରେ ବସିପାରିନଥିଲେ। ତେଣୁ ଏହି ପରିବାରକୁ ଜାନୁଆରୀ ୨୬ରେ ବିମାନ ପାଇଁ ନୂଆ ଟିକେଟ କିଣିବାକୁ ପଡିଥିଲା, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ଅତିରିକ୍ତ ୬.୬ ଲକ୍ଷ ଟଙ୍କା ଥିଲା।

ନାୟକ ପରିବାର କହିଛନ୍ତି, ସେମାନେ ସେମାନଙ୍କର ସମସ୍ତ ପାସପୋର୍ଟ, ୱାଲେଟ୍ ଏବଂ ମୋବାଇଲ୍ ଫୋନ୍କୁ ଏକ ଟ୍ରେରେ ରଖିଥିଲେ। ଯାହା ବେଙ୍ଗାଲୁରୁ ବିମାନବନ୍ଦରରେ ଥିବା ସିଆଇଏସ୍ଏଫ୍ ଦ୍ୱାରା ଯାଞ୍ଚ ସମୟରେ ନିଖୋଜ ହୋଇଯାଇଥିଲା। ସିଆଇଏସ୍ଏଫ୍ ଅଧିକାରୀମାନେ ହଜିଯାଇଥିବା ପାସପୋର୍ଟକୁ ଦେଢ଼ ଘଣ୍ଟା ପରେ ଖୋଜିଥିଲେ ଏବଂ ସ୍କାନ କରିବା ପରେ ସେମାନେ ଅଟକି ଯାଇଥିଲେ ବୋଲି କହିଥିଲେ।

ସିଆଇଏସଏଫ ଅଧିକାରୀ କହିଛନ୍ତି ଯେ ନାୟକଙ୍କ ପରିବାରର ଲଗେଜ୍ ଥିବା ଟ୍ରେ ଉପରେ ଅନ୍ୟ ଜଣେ ଯାତ୍ରୀ ଏକ ଖାଲି ଟ୍ରେ ରଖିଥିଲେ। ପରିବାର କହିଛନ୍ତି ଯେ ସେମାନେ ସିଆଇଏସଏଫକୁ କୋର୍ଟକୁ ଟାଣିବେ। କାରଣ ଏହା ସେମାନଙ୍କୁ ଆର୍ଥିକ କ୍ଷତି ଏବଂ ଅସୁବିଧାରେ ପକାଇଛି।

 

Comments are closed.