Latest Odisha News

କନ୍ଦାଉଛି ଦରଦାମ; ବଢିଲା ପିଆଜ ଓ ରସୁଣ ଦର

ଭୁବନେଶ୍ୱର: ବ୍ରହ୍ମପୁର, ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ରସୁଣ ଏବଂ ପିଆଜ ଦର ଆକାଶ ଛୁଆଁ ହେଲାଣି।

ଖବର ଅନୁଯାୟୀ, ବ୍ରହ୍ମପୁରରେ ପିଆଜ କିଲୋଗ୍ରାମ ପିଛା ୫୫ ଟଙ୍କାରେ ବିକ୍ରି ହେଉଥିବାବେଳେ ରସୁଣ କିଲୋଗ୍ରାମ ପ୍ରତି ୪୦୦ ଟଙ୍କା ରହିଛି।

ସେହିପରି ଭୁବନେଶ୍ୱରରେ ପିଆଜ ମୂଲ୍ୟ କିଲୋଗ୍ରାମ ପ୍ରତି ୬୦କୁ ବୃଦ୍ଧି ପାଇଥିବା ବେଳେ ରସୁଣ କିଲୋ ୩୦୦ ରୁ ୩୫୦ ଟଙ୍କାରେ ବିକ୍ରି ହେଉଛି।

ବର୍ଷା ଯୋଗୁ ନାଶିକରୁ ପିଆଜ ଯୋଗାଣ ବିଳମ୍ବ ହେଉଛି। ଯାହା ଫଳରେ ଦର ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

ଭୁବନେଶ୍ୱରର ୟୁନିଟ୍ ୬ ଅଞ୍ଚଳର ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଅନୁଯାୟୀ, ଆଳୁ ମୂଲ୍ୟ କିଲୋଗ୍ରାମ ପ୍ରତି ୩୦ରୁ ୩୫ ଟଙ୍କା ସ୍ଥିର ହୋଇଛି। ତଥାପି ଅନ୍ୟ ପନିପରିବା ବିଶେଷ କରି ପିଆଜ ଏବଂ ରସୁଣର ମୂଲ୍ୟ ବୃଦ୍ଧି ପାଇଛି।

 

Comments are closed.