Latest Odisha News

BREAKING NEWS

ଲାଲୁ ପରିବାରକୁ ଝଟକା, ବଙ୍ଗଳା ଖାଲି କରିବାକୁ ନୋଟିସ

ପାଟଣା: ଲାଲୁ ପରିବାରକୁ ଝଟକା। ବଙ୍ଗଳା ଖାଲି କରିବାକୁ କହିଲେ ବିହାର ସରକାର। ଲାଲୁଙ୍କ ପରିବାର ନାମରେ ଥିବା ଦୁଇଟି ସରକାରୀ ବାସଭବନକୁ ଖାଲି କରିବାକୁ ନୋଟିସ ଜାରି କରିଛି ବିଭାଗ। ଯେଉଁଥିରେ ରାବ୍ରୀ ଦେବୀଙ୍କ ସରକାରୀ ବାସଭବନଏବଂ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବାସଭବନ ଅନ୍ତର୍ଭୁକ୍ତ ରହିଛି।

ତେଜ ପ୍ରତାପ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ମହୁଆ ନିର୍ବାଚନମଣ୍ଡଳୀରୁ ପରାସ୍ତ ହୋଇଥିଲେ। ଯାହାଫଳରେ ନିୟମ ଅନୁଯାୟୀ ତାଙ୍କୁ ବର୍ତ୍ତମାନ୍ ଏହି ସରକାରୀ ବାସଭବନକୁ ଖାଲି କରିବାକୁ ପଡିବ। ବର୍ତ୍ତମାନ୍ ବିଭାଗର ନୂଆ ମନ୍ତ୍ରୀ ଏବଂ ବିଧାନସଭା ପରିଷଦର ନେତାଙ୍କୁ ଉଭୟ ବାସଭବନ ମିଳିବ ବୋଲି କୁହାଯାଉଛି।

ରାବ୍ରୀ ଆବାସ ନାମରେ ଜଣାଶୁଣା ଅର୍ଥାତ୍ ୧୦ ସର୍କୁଲାର ରୋଡ୍ ରେ ଅବସ୍ଥିତ ଥିବା ଏହି ବାସଭବନରେ ୨୦୦୬ ମସିହାରୁ ଲାଲୁ ଯାଦବ ଓ ତାଙ୍କ ପରିବାର ରହି ଆସୁଥିଲେ।ବର୍ତ୍ତମାନ୍ ବିହାର ବିଧାନସଭା ପରିଷଦରେ ବିରୋଧୀ ଦଳ ନେତା ଭାବରେ ରାବ୍ରୀ ଦେବୀଙ୍କୁ ସେଣ୍ଟ୍ରାଲ ବ୍ରିଜ୍ ବାସଭବନ ନମ୍ବର ୩୯ରେ ହାର୍ଡିଂ ରୋଡ୍ ସ୍ଥିତ ଏକ ବାସଭବନ ଆବଣ୍ଟନ କରାଯାଇଛି।

ଅପରପକ୍ଷେ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ୨୬ଏମ ଷ୍ଟାଣ୍ଡ ରୋଡରେ ଥିବା ତାଙ୍କର ବର୍ତ୍ତମାନର ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ମିଳିଛି। ଏହି ବାସଭବନକୁ ବର୍ତ୍ତମାନ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗର ମନ୍ତ୍ରୀ ଲଖେନ୍ଦ୍ର କୁମାର ରୋଶନଙ୍କୁ ପ୍ରଦାନ କରାଯାଇଛି।

 

Comments are closed.